Breaking PLUSଅପରାଧମୁଖ୍ୟ ଖବର

ନୟାଗଡ଼ରେ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଧୀନ ବାଲିସାହି-ଏରୁଣ୍ଡିପଥରା ରାସ୍ତା କଡ଼ରୁ ମଙ୍ଗଳବାର ସକାଳେ ଜଣେ ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।
ମୃତ ଯୁବକଙ୍କ ଡାହାଣ ହାତରେ ‘ସଞ୍ଜୟ’ ନାମ ଲେଖା ଥିବାବେଳେ ହାତରେ ଏକ ବ୍ରେସଲେଟ୍ ମଧ୍ୟ ରହିଥିଲା। ଶରୀରର କିଛି ଅଂଶ ପୋଡ଼ିଯାଇଥିଲେ ମଧ୍ୟ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।
ଘଟଣାସ୍ଥଳରେ ପହଞ୍ଚି ଗଣିଆ ପୋଲିସ ଏଏସଆଇ ଶାହ ଆଲମ ଖାନ ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତାକାଲି ବୈଜ୍ଞାନିକ ଦଳ ଘଟଣାସ୍ଥଳକୁ ଯାଇ ପ୍ରମାଣ ସଂଗ୍ରହ ଓ ଅଧିକ ତଦନ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି।
ଘଟଣାସ୍ଥଳର ପରିସ୍ଥିତିକୁ ଦେଖି ପୋଲିସ ଏହାକୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପୋଡ଼ିଦେବା ଘଟଣା ବୋଲି ସନ୍ଦେହ କରୁଛି। ଘଟଣାର ପ୍ରକୃତ କାରଣ ଏବଂ ମୃତକଙ୍କ ପରିଚୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

Show More

Related Articles

Back to top button