ମୁଖ୍ୟ ଖବରରାଜନୀତି

ପିଏମଜିଏସୱାଇରେ ଓଡ଼ିଶାକୁ ଜାତୀୟ ସ୍ୱୀକୃତି, ଗର୍ବ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ସିଲଭର ଜୁବିଲି ଅବସରରେ ‘ସର୍ବାଧିକ ଗାଁକୁ ସଡ଼କ ସଂଯୋଗ’ ବର୍ଗରେ ଓଡ଼ିଶା ଜାତୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗର୍ବ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁର୍ଗମ ଓ ପଛୁଆ ଅଞ୍ଚଳରେ ସଡ଼କ ସଂଯୋଗ ବୃଦ୍ଧି କରିବାରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଏହି ସମ୍ମାନ ସ୍ୱୀକୃତି ଦେଇଛି। ସେ ଏହାର ଶ୍ରେୟ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ବିକାଶ ପ୍ରତି ବିଶେଷ ଗୁରୁତ୍ୱ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗକୁ ଦେଇଛନ୍ତି।
ସେ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଗ୍ରାମୀଣ ଭିତ୍ତିଭୂମି ବିକାଶକୁ ନୂଆ ଦିଗ ଦେଇଛି। ରାଜ୍ୟର ସମସ୍ତ ଅଞ୍ଚଳକୁ ଶେଷ ସୀମା ପର୍ଯ୍ୟନ୍ତ ସଡ଼କ ସଂଯୋଗ ଯୋଗାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ଉଲ୍ଲେଖ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟରେ ଜଡିତ ଇଞ୍ଜିନିୟର, ବିଭାଗୀୟ ଅଧିକାରୀ ଓ କ୍ଷେତ୍ରସ୍ତରର କର୍ମଚାରୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

Show More

Related Articles

Back to top button