Breaking PLUSଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ କାରକେଡରେ ଗାଡି ସଂଖ୍ୟା କମିଲା, ଇଭି ଗାଡି ବ୍ୟବହାର ବୃଦ୍ଧି ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ, 13 ମେ- ପ୍ରଧାନମନ୍ତ୍ରୀଙ୍କ କାରକେଡରେ ଗାଡି ସଂଖ୍ୟା କମିଲା । ଇଭି ଗାଡି ବ୍ୟବହାର ବୃଦ୍ଧି ପାଇଁ ନିର୍ଦ୍ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଅନୁଯାୟୀ, ତାଙ୍କ ସରକାରୀ କାରଗେଡ ଗାଡ଼ି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପଶ୍ଚିମ ଏସିଆର ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଦେଶର ନାଗରିକଙ୍କୁ ନିବେଦନ କରିଥିଲେ। ନିଜେ ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଏହି ଆବେଦନକୁ କାର୍ଯ୍ୟକାରୀ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ପ୍ରତିକ ଗୁଜରାଟ ଏବଂ ଆସାମ ଗସ୍ତ ସମୟରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିଲା।
ଏପରି କରିବା ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ସହିତ କୌଣସି ସାଲିସ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପ୍ରୋଟୋକଲ ଏବଂ SPG ନିର୍ଦ୍ଦେଶାବଳୀ ଦ୍ୱାରା ବାଧ୍ୟତାମୂଳକ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ବଜାୟ ରଖି ଯାନବାହାନ ସଂଖ୍ୟା ହ୍ରାସ କରାଯାଇଥିଲା।

Show More

Related Articles

Back to top button