ମୁଖ୍ୟ ଖବରରାଜନୀତି

ମେ’ ୧୮ରେ ନିତିନ ନବୀନଙ୍କ ଓଡ଼ିଶା ଗସ୍ତ; ବିଦ୍ୟୁତ ଦ୍ୱିଚକ୍ର ଯାନ ଶୋଭାଯାତ୍ରା କରିବ ଭାଜପା

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ପକ୍ଷରୁ ମେ’ ୧୮ରେ ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱରରେ ବିଶାଳ ବିଦ୍ୟୁତ ଦ୍ୱିଚକ୍ର ଯାନ ଶୋଭାଯାତ୍ରା ଆୟୋଜନ କରାଯିବ।
ଶୋଭାଯାତ୍ରା ଭୁବନେଶ୍ୱର ବିମାନବନ୍ଦରରୁ ଆରମ୍ଭ ହୋଇ ଯଟଣୀରେ ଶେଷ ହେବ। ସେଠାରେ ଦଳୀୟ କର୍ମୀ ଓ ନେତାମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ହେବ।
ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ଇନ୍ଧନ ସଂରକ୍ଷଣ ଓ ଖର୍ଚ୍ଚ କମାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଧ୍ୟାନରେ ରଖି ଏହି ଶୋଭାଯାତ୍ରା ଆୟୋଜନ କରାଯାଉଛି।
ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ନିତିନ ନବୀନଙ୍କ ଏହି ଗସ୍ତ ଦଳୀୟ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିବ। ସେ ଭୁବନେଶ୍ୱରରେ ଦଳର ମୂଳ କମିଟି ଓ ମନ୍ତ୍ରିପରିଷଦ ବୈଠକରେ ମଧ୍ୟ ଯୋଗ ଦେବେ।

Show More

Related Articles

Back to top button