Breaking PLUSଦେଶମୁଖ୍ୟ ଖବର
ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ବଡ଼ ଝଟକା
ମମତାଙ୍କ ଠାରୁ ଅଲଗା ୬୦ ବିଧାୟକ ଗୋଷ୍ଠୀର ନେତା ରିତବ୍ରତ ବାନାର୍ଜୀ ହେଲେ ବିରୋଧୀ ଦଳ ନେତା

କୋଳକାତା, 3 ଜୁନ- ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା। ଟିଏମସିରେ ବଡ଼ ଫାଟ। ଦଳରେ ମମତାଙ୍କ ବିରୁଦ୍ଧରେ ଅସନ୍ତୋଷ। ଟିଏମସିର ବିଦ୍ରୋହୀ ନେତା ରିତବ୍ରତ ବାନାର୍ଜୀ ହେଲେ ବିରୋଧୀ ଦଳ ନେତା। ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହା ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବୋଷଙ୍କୁ ଏକ ପତ୍ର ପ୍ରଦାନ କରି ୬୦ ଜଣ ଦଳୀୟ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ଚିଠିରେ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ରୀତାବ୍ରତଙ୍କ ନାମ ମଧ୍ୟ ପ୍ରସ୍ତାବିତ କରାଯାଇଛି। ରିତବ୍ରତ -ବିଦ୍ରୋହୀ ଗୋଷ୍ଠୀଙ୍କୁ ମଞ୍ଜୁରୀ ଦେଇଛନ୍ତି ବିଧାନସଭା ବାଚସ୍ପତି। ତାଙ୍କୁ ବିଧାନସଭା ପକ୍ଷରୁ ବିରୋଧୀ ଦଳ ନେତାଙ୍କ ପାଇଁ ଉପଲବ୍ଧ ଚ୍ୟାମ୍ବରର ଚାବି ମଧ୍ୟ ହସ୍ତାନ୍ତର କରାଯାଇଛି। ତୃଣମୂଳ କଂଗ୍ରେସ (ଟିଏମସି)ର ବର୍ତ୍ତମାନ ବିଧାନସଭାରେ ୮୦ ଜଣ ବିଧାୟକ ଅଛନ୍ତି। ଟିଏମସି ଭିତରେ ବିଭାଜନ ହୁଏ ତେବେ ରୀତାବ୍ରତ ଗୋଷ୍ଠୀ ଟିଏମସିର ନାମ ଏବଂ ପ୍ରତୀକ ପାଇଁ ଏକ ଦୃଢ଼ ଦାବି କରିପାରେ।


