Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

୭ ବର୍ଷ ପରେ ଭାରତ ଆସୁଛନ୍ତି ଜିନପିଙ୍ଗ୍, ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ: ଦୀର୍ଘଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ଭାରତ ଗସ୍ତ ନିଶ୍ଚିତ ହୋଇଛି। ସେପ୍ଟେମ୍ବର ୧୨ ଓ ୧୩ରେ ନୂଆଦିଲ୍ଲୀରେ ହେବାକୁ ଥିବା ୧୮ଶ ବ୍ରିକ୍ସ ଶିଖର ସମ୍ମିଳନୀରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଜିନପିଙ୍ଗ୍‌ଙ୍କ ଏହି ଗସ୍ତ ହେଉଛି।

ପ୍ରାୟ ୭ ବର୍ଷ ପରେ ଚୀନ୍ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଭାରତ ଗସ୍ତ। ତାଙ୍କ ଶେଷ ଭାରତ ଗସ୍ତ ୨୦୧୯ରେ ମହାବଳୀପୁରମ୍‌ରେ ହୋଇଥିଲା। ୨୦୨୦ର ଗଲୱାନ୍‌ ସଂଘର୍ଷ ପରେ ଭାରତ-ଚୀନ୍‌ ସମ୍ପର୍କରେ ଦେଖାଦେଇଥିବା ତିକ୍ତତା ପରିପ୍ରେକ୍ଷୀରେ ଜିନପିଙ୍ଗ୍‌ଙ୍କ ଏହି ଗସ୍ତକୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି।

ବ୍ରିକ୍ସ ସମ୍ମିଳନୀ ଅବସରରେ ମୋଦୀ-ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ନେଇ ଚର୍ଚ୍ଚା ରହିଛି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ସୁଧାର ପ୍ରକ୍ରିୟାକୁ ଆହୁରି ଆଗକୁ ନେବାର ସୁଯୋଗ ଦେଇପାରେ।

Show More

Related Articles

Back to top button