Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ହର୍ମୁଜ୍‌ରେ ଜାହାଜ ଉପରେ ଆକ୍ରମଣ, ବଢ଼ିଲା ଅଶୋଧିତ ତୈଳ ଦର

ହର୍ମୁଜ୍‌ ପ୍ରଣାଳୀ ଓ ଉପସାଗରୀୟ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଯୋଗୁଁ ବିଶ୍ୱ ଯୋଗାଣ ବ୍ୟବସ୍ଥା ଉପରେ ସଙ୍କଟ ଆହୁରି ଗଭୀର ହୋଇଛି। ଏହାର ପ୍ରଭାବରେ ସୋମବାର ଅଶୋଧିତ ତୈଳ ଦରରେ ତୀବ୍ର ବୃଦ୍ଧି ଦେଖାଦେଇଛି। ବ୍ରେଣ୍ଟ ଅଶୋଧିତ ତୈଳ ଦର ପ୍ରାୟ ୩ ପ୍ରତିଶତ ବଢ଼ି ବ୍ୟାରେଲ ପିଛା ୧୦୭.୭୪ ଡଲାରରେ ପହଞ୍ଚିଥିବା ବେଳେ ଆମେରିକୀୟ ଅଶୋଧିତ ତୈଳ ଦର ୧୦୨.୯୩ ଡଲାର ହୋଇଛି।

ବ୍ରିଟିଶ ସାମୁଦ୍ରିକ ସୁରକ୍ଷା ଏଜେନ୍ସି ୟୁକେଏମ୍‌ଟିଓ ଅନୁଯାୟୀ, ହର୍ମୁଜ୍‌ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଥିଲା ଏବଂ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା।

ଏହି ସମୟରେ ସାଉଦି ଆରବର ଦକ୍ଷିଣ ଜାଜାନ ପ୍ରଦେଶରେ ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ଘର ଓ ଏକ ମସଜିଦ କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ପଡ଼ୋଶୀ ଅଞ୍ଚଳରେ ଥିବା ସାଉଦି ସାମରିକ ଘାଟିକୁ ମଧ୍ୟ ହୁତିମାନେ ଟାର୍ଗେଟ କରିଥିବା ଜଣାପଡ଼ିଛି।

ଲୋହିତ ସାଗରର ବାବ୍‌ ଅଲ-ମଣ୍ଡେବ୍‌ ଓ ମୋଖା ଅଞ୍ଚଳରେ ବଢ଼ୁଥିବା ସାମୁଦ୍ରିକ ସୁରକ୍ଷା ସଙ୍କଟ ସହ ହର୍ମୁଜ୍‌ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ବିଶ୍ୱ ତୈଳ ଯୋଗାଣ ନେଇ ଚିନ୍ତା ବଢ଼ାଇଛି।

Show More

Related Articles

Back to top button