Breaking PLUSଦେଶମୁଖ୍ୟ ଖବରରାଜନୀତି

ନୀତି ଆୟୋଗର ଉପାଧ୍ୟକ୍ଷ ହେବେ ଅଶୋକ ଲାହିଡି

କୋଲକାତା, ୨୫ ଏପ୍ରିଲ –  ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପଶ୍ଚିମବଙ୍ଗ ବିଧାୟକ ଅଶୋକ ଲାହିରୀଙ୍କୁ ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅଶୋକ ଏବେ ପଶ୍ଚିମବଙ୍ଗର ବାଲୁରଘାଟରୁ ବିଧାୟକ ଅଛନ୍ତି, କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି। ସେ ବର୍ତ୍ତମାନ ଉପାଧ୍ୟକ୍ଷ ସୁମନ ବେରୀଙ୍କ ସ୍ଥାନ ନେବେ। ଏହାସହିତ, ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ, ଭୋପାଳର ନିର୍ଦ୍ଦେଶକ ଗୋବର୍ଧନ ଦାସଙ୍କୁ କେନ୍ଦ୍ର ସରକାରଙ୍କ ପ୍ରମୁଖ ନୀତି ମଞ୍ଚର ସଦସ୍ୟ ଭାବେ ନାମିତ କରାଯିବ।

ଗୋବର୍ଧନ ଦାସ ଏହା ପୂର୍ବରୁ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ କାମ କରିଛନ୍ତି। ସେ ୨୦୨୧ର ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ପୂର୍ବସ୍ଥଳୀ ଉତ୍ତର ଆସନରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।

 

Show More

Related Articles

Back to top button