Breaking PLUSଓଡ଼ିଶାମୁଖ୍ୟ ଖବର

୩ ଦିନ ହେଲା ଜଳୁଛି ଚିଲିକା ନଳବଣ; ବିପଦରେ ପଶୁ ପକ୍ଷୀ

ଚିଲିକା, 25 ଏପ୍ରିଲ- ୩ ଦିନ ହେଲା ଜଳୁଛି ଚିଲିକା ନଳବଣ । ଯାହାକୁ ନେଇ ବିପଦରେ ପଡିଛନ୍ତି ପଶୁ ପକ୍ଷୀ  । ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀ ବିଫଳ ହୋଇଛି । ନିଆଁ ଆୟତ୍ତ କରିବାକୁ କଣାସର ୬ ଓ ଟାଙ୍ଗୀର ୮ଟି ଟିମ୍ ନିୟୋଜିତ ହୋଇଛନ୍ତି ।

ନଳବଣର ପ୍ରାୟ ୧ କିମି ଅଞ୍ଚଳ ଜଳି ଯାଇଥିବା ସୂଚନା ମିଳିଛି l ଗତକାଲି ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଆଜି ସକାଳୁ ନଳବଣ ଜଳୁଥିବା ଦେଖି କିଛି ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ACF ଏବଂ DFO ପହଁଞ୍ଚି ଡ୍ରୋନ ସର୍ଭେ କରୁଛନ୍ତି l କଣାସ, ଟାଙ୍ଗୀ ଓ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଆଲର୍ଟ ରହିଛି । ଯଦି ଡ୍ରୋନ ସର୍ଭେରୁ ନିଆଁ ଥିବା ସୂଚନା ଆସେ ତେବେ ସଙ୍ଗେ ସଙ୍ଗେ ସେମାନଙ୍କୁ ନିୟୋଜିତ କରାଯିବ।

Show More

Related Articles

Back to top button