ମୁଖ୍ୟ ଖବରରାଜନୀତି

୫ ରାଜ୍ୟରେ ବିଧାନସଭା ନିର୍ବାଚନ: ଏଥର ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ

ନୂଆଦିଲ୍ଲୀ: ଆସନ୍ତା ବିଧାନସଭା ନିର୍ବାଚନକୁ ନଜରରେ ରଖି ୫ଟି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ବିଏସ୍‌ଏଫ୍ ସହିତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳମାନଙ୍କୁ ବ୍ୟାପକ ଭାବେ ମୁତୟନ କରାଯାଉଛି।

ସୂଚନାନୁସାରେ, ଆସାମ , କେରଳ , ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ୨.୫ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଳ ନିୟୋଜନ ହେଉଛି।

ନୂତନ ବ୍ୟବସ୍ଥା ଅନୁଯାୟୀ— ପ୍ରତ୍ୟେକ ଭୋଟ କେନ୍ଦ୍ରରେ ବିଏସ୍‌ଏଫ୍ କର୍ମଚାରୀମାନେ ମୋତାୟନ ହେବେ । ଭୋଟରମାନଙ୍କର ପରିଚୟପତ୍ର ସଠିକ ଯାଞ୍ଚ କରିବେ । ମତଦାନ କେନ୍ଦ୍ରରେ ଲାଗିଥିବା CCTV କ୍ୟାମେରା ଉପରେ ତୀକ୍ଷ୍ଣ ନଜର ରଖିବେ ।

ସୂତ୍ର ଅନୁସାରେ, ପ୍ରତ୍ୟେକ ପୋଲିଂ ବୁଥରେ ଜଣେ ପୁରୁଷ ଓ ଜଣେ ମହିଳା ବିଏସ୍‌ଏଫ୍ ସୈନିକଙ୍କୁ ନିୟୋଜିତ କରିବା ପ୍ରସ୍ତାବ ରହିଛି, ଯାହା ଭୋଟରଙ୍କ ଯାଞ୍ଚ ଓ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବ।

ଏହାସହିତ, ୨୦୨୪ ସାଧାରଣ ନିର୍ବାଚନ ସମୟରେ ଏହି ରାଜ୍ୟଗୁଡ଼ିକରେ କାର୍ଯ୍ୟରତ ଥିବା ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନକୁ ନିରପେକ୍ଷ, ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ଏହି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି।

Show More

Related Articles

Back to top button