ହାଡ଼କୁ ମଜବୁତ କରିବା ସହ ହୃତ୍ପିଣ୍ଡକୁ ସୁସ୍ଥ ରଖେ ପନିର
ବିଶେଷଜ୍ଞ ମାନେ କୁହନ୍ତି ସକାଳ ସମୟରେ କିଛି କଞ୍ଚା ପନିର ନିଜ ଖାଦ୍ୟରେ ମିଶାଇ ଖାଇଥିଲେ ହିତକର ହୋଇଥାଏ l ଏହି କଥା ଏକ ଗବେଷଣାରୁ ଗବେଷକ ମନେ ନିର୍ଧାରଣ କରି କହିଛନ୍ତିଯେ ସକାଳ ଜଳଖିଆରେ ପନିର ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ବିଭିନ୍ନ ପିଫରକର ଲାଭ ମିଳିଥାଏ

ପ୍ରତେକ ଦିନ ସକାଳୁ ଯଦି ସ୍ୱାସ୍ଥ୍ୟକର ଜଳଖିଆ ଖାଆନ୍ତି ତେବେ ଆପଣଙ୍କର ସାରାଦିନ ଶକ୍ତିବର୍ଧକ ରହିଥାଏ l କିନ୍ତୁ ବେଳେ ବେଳେ ଏମିତି ହୋଇଥାଏ ଆପଣ ତତ୍ପରତା ମଧ୍ୟରେ ସକାଳର ଜଳଖିଆ ଠିକରେ ଖାଇପାରି ନଥାନ୍ତି l ଯାହା ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଆଦୌ ହିତକାରକ ନୁହେଁ l ପନିରରେ ପ୍ରୋଟିନ ବ୍ୟତୀତ ଭିଟାମିନ-ଡି ,କ୍ୟାଲସିୟମ ଓ ହେଲଦି ଫ୍ୟାଟ ରହିଛି l
* ହାଡ଼କୁ ମଝବୁତ ରଖେ -କଞ୍ଚା ପନିରରେ କ୍ୟାଲସିୟମ ଓ ଫସଫରସ ରହିଛି l ସେଥିପାଇଁ ପ୍ରତେକ ଦିନ ଏହାକୁ ସେବନ କରିବା ଦ୍ୱାରା ହାଡ ମଝବୁତ ହୋଇଥାଏ l କଞ୍ଚା ପନିର ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ l
* ପାଚନ ତନ୍ତ୍ର ମଝବୁତ ହୁଏ -କଞ୍ଚା ପନିର ଖାଇବା ଦ୍ୱାରା ଆପଣଙ୍କର ପାଚନ ତନ୍ତ୍ର ସୁସ୍ଥ ରହିଥାଏ l ଯାହା ଦ୍ୱାରା ଆପଣଙ୍କ ପେଟ ସହିତ ଯୋଡି ହୋଇଥିବା ସମସ୍ୟା ଗୁଡିକ ଯେପରିକି ଗ୍ୟାସ ,ବଦହଜମି ,ଏସିଡ଼ିଟି ଇତ୍ୟାଦି l
* ମାନସିକ ଦୁଶ୍ଚିନ୍ତା ଦୂର କରେ -ଦିନସାରା କାମ କରିବା ଦ୍ୱାରା ମାନସିକ ଚାପ ରହିବl ଏକ ସାଧାରଣ କଥା ,କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଶେଷଜ୍ଞ ମାନେ ଗବେଷଣା କରି କହିଛନ୍ତି ଏହି ମାନସିକ ଚାପ ଓ ଥକାପଣକୁ ଦୂର କରିବା ପାଇଁ କିଛି କଞ୍ଚା ପାଣିର ଖାଆନ୍ତୁ l ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ମଧ୍ୟ ନିଜ ରାତ୍ରି ଭୋଜନରେ ଖାଇ ପାରିବେ l
* ସୁସ୍ଥ ହୃତ୍ପିଣ୍ଡ -ଆମେରିକାର ଗୋଟିଏ ଡାକ୍ତରୀ ଦଳ ଏକ ଗବେଷଣା କରି କହିଛନ୍ତି ଯେ ସକାଳ ଜଳଖିଆରେ କଞ୍ଚା ପନିର ଖାଇବା ହିତକର ,ଏହା ଆପଣଙ୍କ ହୃତ୍ପିଣ୍ଡକୁ ସୁସ୍ଥ ରଖିବା l ପନିରରେ ମିଳୁଥିବା ଆଇରନ ,କ୍ୟାଲସିୟମ ଓ ମିନେରାଲସ ଆଦି ଶରୀରକୁ ପୋଷାକ ତତ୍ୱ ଦେଇଥାନ୍ତି l ପନିରରେ ଥିବା ମଗ୍ନେଶୀୟମ ଓ ହେଲଦି ଫ୍ୟାଟ୍ସ ଶରୀରର ଖରାପ କୋଲେଷ୍ଟ୍ରଲକୁ କମ କରିଥାଏ ଓ ଭଲ କୋଲେଷ୍ଟ୍ରଲ ସ୍ତରକୁ ବଢ଼ାଇଥାଏ l ଯାହା ଦ୍ୱାରା ହୃଦରୋଗ ହେବାର ବିପଦ କମ ରହିଥାଏ l
* ଶାରୀରିକ ଦୁର୍ବଳତା -ପ୍ରୋଟିନ ସହିତ ପନିରରେ ଅଧିକାଂଶ ପୋଷାକ ତତ୍ୱ ରହିଛି l ତେଣୁ ପ୍ରତେକ ଦିନ ସକାଳୁ ନିଜ ଜଳଖିଆରେ କିଛି ପନିର ଖାଇବା ଦ୍ୱାରା ଆପଣଙ୍କ ଶରୀରର ଦୁର୍ବଳତା ଦୂର ହୋଇଥାଏ l ବିଶେଷଜ୍ଞ ମାନେ କହିଛନ୍ତି ଏହା ବ୍ୟତୀତ ପନିର ସେବନ କଲେ ମାଂସପେଶୀ ସ୍ଥିର ରହିଥାଏ l