Breaking PLUSଓଡ଼ିଶାମୁଖ୍ୟ ଖବର

ଚନ୍ଦ୍ରଶେଖରପୁର ଦୁର୍ଘଟଣାରେ ଆସିଲା ବଡ଼ ଟ୍ବିଷ୍ଟ୍ ,ଦୁର୍ଘଟଣା ନୁହେଁ, ହତ୍ୟା ଅଭିଯୋଗ

ଭୁବନେଶ୍ୱର,30 ମେ : ଚନ୍ଦ୍ରଶେଖରପୁର ଦୁର୍ଘଟଣାରେ ଶନିବାର ଏକ ବଡ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଦୁର୍ଘଟଣା ନୁହେଁ, ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଆଣିଲେ ଅଭିଯୋଗ। ଥାର୍ ଚଢାଇ ବାଇକ୍ ଆରୋହୀ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଲସି ଦୋକାନରେ ଗଣ୍ଡଗୋଳ ପରେ ପଛରୁ ଥାର୍ ଚଢାଇ ହତ୍ୟା କରାଯାଇଛି। ମୃତ ଯୁବକ ଖୋର୍ଦ୍ଧା କାଇପଦର ଅଞ୍ଚଳର ସୂଚନା। ପରିବାର ଅଭିଯୋଗ ପରେ ଘଟଣାର ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ ପରେ ଘ ଟଣାରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଥାର୍ ଜବତ ସହ ୫ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଚନ୍ଦ୍ରଶେଖରପୁର ଥାନାରେ ଏନେଇ ହତ୍ୟା ମାମଲା ରୁଜୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି।

Show More

Related Articles

Back to top button