Breaking PLUSଓଡ଼ିଶାମୁଖ୍ୟ ଖବର
ଝାରସୁଗୁଡ଼ା ରେଙ୍ଗାଲିରେ ପୋଲିସର ଏନ୍କାଉଣ୍ଟର
ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନ୍କାଉଣ୍ଟର

ଝାରସୁଗୁଡା, 30 ମେ- ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ଝାରସୁଗୁଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ମା’ ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୋଲିସର ଏହି ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଥିବା ବେଳେ ତାର ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆହତ ଅପରାଧୀ ଜଣକ ବ୍ରଜରାଜନଗର ଗାନ୍ଧୀଛକ ଅଞ୍ଚଳର ଜୟ ଚୌହାନ ବୋଲି ଜଣାପଡ଼ିଛି।



