Breaking PLUSଓଡ଼ିଶାମୁଖ୍ୟ ଖବର

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଚାଲିଛି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଚାଲିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପବିତ୍ର ସାଉନ୍ତାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଉତ୍ତର ରଖିଛନ୍ତି । ୩ଟି ସଂସ୍ଥାର ସଂପତ୍ତି ନିଲାମ ଓ ବ୍ୟାଙ୍କ ଜମାରୁ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଯାଇଛି । ରୋଜ୍‌ଭ୍ୟାଲିର ୧, ୭୯, ୬୪୦ ଜମାକାରୀଙ୍କୁ ୬୫.୨୬ କୋଟି ଫେରାଯାଇଛି । ଗୋଲ୍‌ଡେନ୍‌ ଲ୍ୟାଣ୍ଡର ୧୭, ୭୬୨ ଜମାକାରୀଙ୍କୁ ୬ କୋଟି ୪ ଲକ୍ଷ ଫେରସ୍ତ କରାଯାଇଛି । ହାଇଟେକ୍‌ର ସଂପତ୍ତି ନିଲାମ କରି ୧୦୦୧ ଜମାକାରୀଙ୍କୁ ୮.୩୦ କୋଟି ଫେରସ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ଉତର ରଖିଛନ୍ତି ।

Show More

Related Articles

Back to top button