Breaking PLUSଓଡ଼ିଶାମୁଖ୍ୟ ଖବର

ଦେବଗଡରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର- ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ନୂତନ ଭବନ ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି  ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ କ୍ଲାସରୁମ୍ ଏବଂ କମ୍ପ୍ୟୁଟର ଲ୍ୟାବ୍ ଭଳି ଅନେକ ସୁବିଧା ରହିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ପ୍ରଣୀତ ‘ଜାତୀୟ ଶିକ୍ଷା ନୀତି’ ର ମୂଳ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କର ସର୍ବାଙ୍ଗୀନ ବିକାଶ କରିବା । ଏହି ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଦେବଗଡ଼ ମହାବିଦ୍ୟାଳୟ ପରିସରରେ ‘ସମ୍ନିଶ୍ରିତ ସହରାଞ୍ଚଳ ଛାତ୍ରାବାସ’ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନୂତନ ଛାତ୍ରାବାସ ଦ୍ୱାରା ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରମାନେ ବିଶେଷ ଭାବରେ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ସୁବିଧା ସେମାନଙ୍କର ଉଚ୍ଚଶିକ୍ଷା ସ୍ୱପ୍ନକୁ ସାକାର କରିବାରେ ବେଶ୍ ସହାୟକ ହେବ ।

Show More

Related Articles

Back to top button