Breaking PLUSଦେଶ ବିଦେଶମୁଖ୍ୟ ଖବର
ପାକିସ୍ତାନରେ ଭୂକମ୍ପର ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା 4.2

ନୂଆଦିଲ୍ଲୀ, 15 ଡିସେମ୍ବର – ପାକିସ୍ତାନରେ ଆଜି ସକାଳେ 9.13 ସମୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ରହିଛି । ନୂଆଦିଲ୍ଲୀ ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭୂକମ୍ପ ଯୋଗୁ ପାକିସ୍ତାନରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଏଠାରେ ସୂଚନାଯୋଗ୍ୟ ଏହାପୂର୍ବରୁ ଡିସେମ୍ବର 4 ତାରିଖରେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା ।