Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବରରାଜନୀତି

ବ୍ୟୟ ମଞ୍ଜୁରୀ ବିଲ୍ ପାସ୍, ଭବିଷ୍ୟତ ପାଇଁ ରୋଡମ୍ୟାପ

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ଅଧିବେଶନ ଚାଲିଥିଲା। ପ୍ରାୟ ୪ ଘଣ୍ଟା ଧରି ଚର୍ଚ୍ଚା ପରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି।

ବିଧେୟକ ଉପରେ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ବ୍ୟୟ ମଞ୍ଜୁରୀ ବିଲ୍ ଶାସନ-ପ୍ରଶାସନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଧାର। ଏହା କେବଳ ଆଗାମୀ ବର୍ଷ ପାଇଁ ନୁହେଁ, ରାଜ୍ୟର ଦୀର୍ଘମିଆଦିନ ଉନ୍ନତି ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ ଦେଇଥାଏ।

ସେ କହିଥିଲେ ଯେ, ଏହି ବିଲ୍ ସହ ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ଭବିଷ୍ୟତ ଜଡିତ। ତଥାପି ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଯଥେଷ୍ଟ ଆଲୋଚନା ନହେବା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ବିରୋଧୀ ଦଳର ଅନୁପସ୍ଥିତିକୁ ନେଇ ଆତ୍ମସମୀକ୍ଷାର ଆହ୍ୱାନ କରିଥିଲେ। ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌ରେ ଭିତ୍ତିଭୂମି ବିକାଶ, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ଶିଳ୍ପାୟନ, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ାକୁ ମୁଖ୍ୟ ଗୁରୁତ୍ୱ ଦିଆଯାଇଛି।

ରାଜ୍ୟ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ଧରିଛି। ସେଥିପାଇଁ ଜିଡିପିରେ ରାଜ୍ୟର ଅବଦାନକୁ ୩% ରୁ ୫% କୁ ବଢ଼ାଇବା ସହ ବାର୍ଷିକ ଅଭିବୃଦ୍ଧି ହାରକୁ ୯.୫% ପର୍ଯ୍ୟନ୍ତ ନେବାର ଯୋଜନା ରହିଛି। ସେହିପରି, ନୀତି ଆୟୋଗ ର ରିପୋର୍ଟ ଅନୁସାରେ ଓଡ଼ିଶା ଆର୍ଥିକ ପରିଚାଳନାରେ ଦେଶର ସର୍ବଶ୍ରେଷ୍ଠ ଶୃଙ୍ଖଳିତ ରାଜ୍ୟମାନଙ୍କ ମଧ୍ୟରେ ଗଣ୍ୟ ହୋଇଛି, ଯାହା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି।

Show More

Related Articles

Back to top button