
ଓଡ଼ିଶା ହାଇକୋର୍ଟ ଆଜିଠୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଲଗାତାର ତିନି ଦିନ ଛୁଟି ରହିବ। ହାଇକୋର୍ଟ କ୍ୟାଲେଣ୍ଡର ଅନୁଯାୟୀ, ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ଏବଂ ଏପ୍ରିଲ ୩ ତାରିଖରେ ଗୁଡ୍ ଫ୍ରାଇଡେ ଅବସରରେ ପୂର୍ବରୁ ଛୁଟି ଘୋଷଣା ହୋଇଥିଲା।
ଏହା ସହ ଏପ୍ରିଲ ୨ (ଗୁରୁବାର) ତାରିଖକୁ ମଧ୍ୟ ଛୁଟି ଭାବେ ଘୋଷଣା କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରି ଏହି ନିଷ୍ପତ୍ତି ନିଆଯାଇଛି।
ତେବେ ଏପ୍ରିଲ ୨ ତାରିଖର ବଦଳରେ ଆସନ୍ତା ଅଗଷ୍ଟ ୨୯ (ଶନିବାର) ଦିନ ହାଇକୋର୍ଟ ଖୋଲା ରହିବ ଏବଂ ସେହିଦିନକୁ କାର୍ଯ୍ୟଦିବସ ଭାବେ ଗଣାଯିବ। ଏନେଇ ହାଇକୋର୍ଟର ରେଜିଷ୍ଟ୍ରାର (ନ୍ୟାୟିକ)ଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।



