
ଖେରସନରୁ ଋଷ ସୈନ୍ୟ ହଟିବା ପରେ ୟୁକ୍ରେନରେ ଗ୍ରାଣ୍ଡ ସେଲିବ୍ରେସନ । ଦୀର୍ଘ ୯ମାସ ପରେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଖେରସନରୁ ଋଷ ସୈନ୍ୟ ହଟିବା ପରେ ଖୁସି ମନାଇଛନ୍ତି । ସାରା ସହରକୁ ବର୍ତ୍ତମାନ ୟୁକ୍ରେନ ସୈନ୍ୟ ନିଜ କବଜାକୁ ଆଣୁଥିବା ସୂଚନା ମିଳିଛି।
ପ୍ରଥମ ନଗରୀ ଭାବେ ଗତ ମାର୍ଚ୍ଚରେ ଋଷ କବଜାକୁ ଯାଇଥିବା ଖେରସନ ସ୍କୋୟାରରେ ଉଡ଼ିଛି ୟୁକ୍ରେନ ପତାକା। ଖେରସନରେ ପରାଜୟ ଋଷ ଲାଗି ଆସନ୍ତାଦିନରେ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ଏହି ସୈନ୍ୟ ପ୍ରତ୍ୟାହାରର ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ। ଖେରସନର ୩ ହଜାରରୁ ଅଧିକ ବର୍ଗ କିଲୋମିଟର ଅଞ୍ଚଳ ବର୍ତ୍ତମାନ ୟୁକ୍ରେନ କବଜାରେ ରହିଛି।
ସେପଟେ ସୈନ୍ୟ ପ୍ରତ୍ୟାହାର ବେଳେ ଖେରସନର କାଖୋଭକା ଡ୍ୟାମ ବ୍ରିଜକୁ ବିସ୍ଫୋରଣରେ ଉଡାଇଛନ୍ତି ଋଷ ସୈନ୍ୟ। ଏହାସହ ପୁଟିନଙ୍କୁ ବର୍ତ୍ତମାନ ଗାଦିଚ୍ୟୁତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।