
ଭଦ୍ରକ ଜିଲ୍ଲାରେ ପୋଲିସ୍ର ସମନ୍ୱିତ ଅଭିଯାନରେ ଏକ ଅବୈଧ ଦେହବ୍ୟବସାୟ ଚକ୍ରକୁ ପର୍ଦାଫାଶ କରାଯାଇଛି। ଦୁଇଟି ଭିନ୍ନ ହୋଟେଲରେ ଏକାସାଥି ଚଢାଉ କରି ପୋଲିସ୍ ୪ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।
ଗୁପ୍ତ ସୂଚନା ଆଧାରରେ ଭଦ୍ରକ ସଦର ପୋଲିସ୍ ରାଜଘାଟ ବ୍ରିଜ୍ ନିକଟସ୍ଥ ଏକ ହୋଟେଲରେ ଚଢାଉ କରିଥିଲା। ସେଠାରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ସହ ୨ ଜଣ ଗ୍ରାହକଙ୍କୁ ଧରାଯାଇଥିଲା। ସମାନ ସମୟରେ ଅନ୍ୟ ଟିମ୍ ଧାମରା ଅଞ୍ଚଳର ଆଉ ଗୋଟିଏ ହୋଟେଲରେ ଚଢାଉ କରି ଆଉ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିବା ସହ ୨ ଜଣଙ୍କୁ ଗିରଫ କରିଥିଲା।
ଉଦ୍ଧାର ହୋଇଥିବା ଯୁବତୀମାନଙ୍କର ବୟାନ ରେକର୍ଡ କରାଯାଇଛି ଏବଂ ଆବଶ୍ୟକ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ପରିବାରଙ୍କ ହସ୍ତାନ୍ତର କରାଯାଇଛି ବୋଲି ପୋଲିସ୍ ସୂଚନା ଦେଇଛି।
ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟରେ ହଜାର କରାଯିବା ସହ ଏହି ରାକେଟ୍ର ପଛରେ ଥିବା ମୂଳ ନେଟୱର୍କ ଓ ଅନ୍ୟ ସଂଯୋଗକୁ ଖୋଜିବା ପାଇଁ ପୋଲିସ୍ ତଦନ୍ତ ଜାରି ରଖିଛି।


