Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମାଜନ ସିଇଓ ପଦରୁ ଆଜି ଇସ୍ତଫା ଦେବେ ଜେଫ୍ ବେଜୋସ୍

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ସୋମବାର ଆମାଜନ ସିଇଓ ପଦରୁ ଇସ୍ତଫା ଦେବେ। ଇସ୍ତଫା ଦେବା ପାଇଁ ବେଜୋସ୍ ଜୁଲାଇ ୫ କୁ ବାଛିଛନ୍ତି। କାରଣ ସେ ୧୯୯୪ ମସିହା ଆଜିର ଦିନରେ ଆମାଜନ ପ୍ରତିଷ୍ଠା କରିଥିଲେ।

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ସୋମବାର ଆମାଜନ ସିଇଓ ପଦରୁ ଇସ୍ତଫା ଦେବେ। ଇସ୍ତଫା ଦେବା ପାଇଁ ବେଜୋସ୍ ଜୁଲାଇ ୫ କୁ ବାଛିଛନ୍ତି। କାରଣ ସେ ୧୯୯୪ ମସିହା ଆଜିର ଦିନରେ ଆମାଜନ ପ୍ରତିଷ୍ଠା କରିଥିଲେ।

ତେବେ, ୫୭ ବର୍ଷିୟା ଜେଫ୍‌ ବେଜୋସ୍‌, ଆମାଜନ ମୁଖ୍ୟ ପଦ ଛାଡିବା ପରେ ଏକ୍‌ଜ୍ୟୁକିଟିଭ୍‌ ଚେୟାର୍‌ ପଦରେ ରହିବେ। ସେ ନୂଆ ଉତ୍ପାଦ ଏବଂ ପଦକ୍ଷେପ ଉପରେ ଧ୍ୟାନ ଦେବ।

ଚତୁର୍ଥ ବର୍ଷ ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବା ଜେଫ୍ ବେଜୋସ୍‌ଙ୍କ ଆନୁମାନିକ ସମ୍ପତି ମୂଲ୍ୟ ୨୦,୧୮୦ କୋଟିରୁ ଅଧିକ ଡଲାରରେ ରହିଛି। ସେ ବର୍ତ୍ତମାନ ତାଙ୍କର ଅନ୍ୟ ଉଦ୍ୟୋଗ ଉପରେ ଧ୍ୟାନ ଦେବାକୁ ଯୋଜନା କରିଛନ୍ତି ଯେଉଁଥିରେ ତାଙ୍କର ରକେଟ୍ ଜାହାଜ କମ୍ପାନୀ ବ୍ଲୁ ଅରିଜିନ୍ ଏବଂ ଖବରକାଗଜ ୱାଶିଂଟନ୍ ପୋଷ୍ଟ ଅନ୍ତର୍ଭୁକ୍ତ।

Show More

Related Articles

Back to top button