ଦେଶମନୋରଞ୍ଜନସେଲିବ୍ରିଟି

ବିଗ୍‌ବସ୍‌-୧୬ ରେ ନଜର ଆସିବେ କରଣ ଜୋହର,ସଲମାନଙ୍କ ବଦଳରେ କରିବେ ହୋଷ୍ଟ

ବିଗ୍‌ବସ୍‌-୧୬ ରେ ନଜର ଆସିବେ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର । ସଲମାନଙ୍କ ବଦଳରେ କରିବେ ହୋଷ୍ଟ । କାରଣ ସଲମାନ ବର୍ତ୍ତମାନ ଅସୁସ୍ଥ ଅଛନ୍ତି।ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି। ତେଣୁ ସେ ସୁସ୍ଥ ହେବା ପର୍ଯ୍ୟନ୍ତ କରଣ ଜୋହର ବିଗ୍‌ବସ୍‌ରେ ହୋଷ୍ଟ କରିବେ।

ଗତ ବର୍ଷ କରଣ ଜୋହର ଓଟିଟିରେ ବିଗ୍‌ବସ୍‌ ପ୍ରଥମ ସିଜିନ୍‌ରେ ହୋଷ୍ଟ କରିଥିଲେ। କରଣ ଜୋହରଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଯୋଦ୍ଧା’କୁ ନେଇ ବ୍ୟସ୍ତ ଅଛନ୍ତି। ସେହି ଫିଲ୍ମରେ ସେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଫିଲ୍ମଟି ନଭେମ୍ବର ୧୧ରେ ପରଦାକୁ ଆସିବ। ଫିଲ୍ମରେ ସିଦ୍ଧାର୍ଥ ମାଲହୋତ୍ରା, ଦିଶା ପଟାନି, ରାଶି ଖାନ୍ନା ନଜର ଆସବେ।

Show More

Related Articles

Back to top button