
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ସମ୍ପର୍କରେ ଘୋଷଣା କରାଯାଇଛି। ଆସନ୍ତା ମେ ୮ ତାରିଖରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ପରୀକ୍ଷାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ବୋର୍ଡର ଆଧିକାରିକ ୱେବସାଇଟ୍ www.bseodisha.ac.in
ରେ ଫର୍ମ ପୂରଣ ସହିତ ଶୁଳ୍କ ଦାଖଲ କରିପାରିବେ।
ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ନିଜ ନିଜ ହାଇସ୍କୁଲ ମାଧ୍ୟମରେ ଫର୍ମ ପୂରଣ କରିବେ, ଯେଉଁଥିରେ ପତ୍ରମାଧ୍ୟମ (correspondence) ପରୀକ୍ଷାର୍ଥୀମାନେ ବୋର୍ଡର ଶାଖା କାର୍ଯ୍ୟାଳୟରେ ଯାଇ ଫର୍ମ ଭରିବେ। ମେ ୮ ତାରିଖ ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହୋଇ ମେ ୧୮ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ।
ବୋର୍ଡ ପକ୍ଷରୁ ଆହୁରି ସୂଚନା ମିଳିଛି ଯେ, ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ମାସର ପ୍ରଥମ ସପ୍ତାହରେ ଆୟୋଜିତ ହେବ।



