
ଖୁବଶୀଘ୍ର ହ୍ୱାଟସଆପରେ ଲଞ୍ଚ ହେବ ନୂଆ ଫିଚର । ଏଣିକି ଦୁଇଟି ଡିଭାଇସ୍ରେ ଚଳାଇପାରିବେ ଗୋଟିଏ ହ୍ବାଟସଆପ୍ ଆକାଉଣ୍ଟ । ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ‘ବିଟା’ ଟେଷ୍ଟରଙ୍କୁ ନିଜର ହ୍ବାଟସଆପ୍ ଆକାଉଣ୍ଟକୁ ଅନ୍ୟ ଡିଭାଇସ୍ ଅର୍ଥାତ ଟାବଲେଟ୍ରୁ ଲିଙ୍କ କରିବାକୁ ଅନୁମତି ଦେଉଛି । ଏନେଇ BGR ରିପୋର୍ଟ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟରେ କୁହାଯାଇଛି ଯେ, ହ୍ବାଟସଆପ୍ ବିଟା ଚ୍ୟାନେଲରେ ୟୁଜର୍ସଙ୍କ ନିଜର ଆକାଉଣ୍ଟକୁ ହ୍ବାଟସଆପ୍ର ଟାବଲେଟ୍ ଭର୍ସନରେ ଯୋଡିବାକୁ ଆର୍ଲଟ ଦେଉଛି। ଆଣ୍ଡ୍ରଏଡ୍ ୟୁଜର୍ସ ଯେଉଁମାନେ ହ୍ବାଟସଆପ୍ର ବିଟା ପ୍ରୋଗ୍ରାମ୍ ପାଇଁ ଏନରୋଲ୍ କରିଛନ୍ତି ତାଙ୍କୁ କଥିତ ଭାବରେ ଏକ ବ୍ୟାନର ଦେଖିବାକୁ ମିଳୁଛି, ଯେଉଁଥିରେ ଲେଖା ହୋଇଛି ଆଣ୍ଡ୍ରଏଡ୍ ଟାବଲେଟ୍ ଅଟେ ? ଟାବଲେଟ୍ ପାଇଁ ହ୍ବାଟସଆପ୍ ବିଟା ଟେଷ୍ଟର ଉପଲବ୍ଧ ରହିଛି। ମିଳିଥିବା ସୂଚନା ଅନୁସାରେ, ବ୍ୟାନରରେ ଟ୍ୟାପ୍ କରିବା ଫଳରେ ସ୍କ୍ରିନ୍ ତଳେ ଏକ ପପ୍-ଅପ୍ ଖୋଲି ଯାଇଥାଏ, ଯାହାଫଳରେ ୟୁଜର୍ସଙ୍କୁ ତାଙ୍କ ହ୍ବାଟସଆପ୍ ଆକାଉଣ୍ଟ ଟାବଲେଟ୍ ଭର୍ସନ ସହ ଯୋଡିବାର ଡିଟେଲ୍ସ କହିଥାଏ।
ଟାବଲେଟ୍ରେ ନିଜର ଆକାଉଣ୍ଟ କରିବା ପାଇଁ ସବୁଠାରୁ ପ୍ରଥମେ ଟାବଲେଟରେ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଓ ହ୍ବାଟସଆପ୍ ସର୍ଚ୍ଚ କରନ୍ତୁ। ଏବେ ଇନଷ୍ଟଲ କରି କ୍ଲିକ୍ କରନ୍ତୁ। ଯଦି ଆପଣ ପ୍ରଥମେ ଏହାକୁ ଡାଉନଲୋଡ୍ କରନ୍ତି, ତେବେ ଏହାର ଲାଟେଷ୍ଟ ଭର୍ସନ ଅପଡେଟ୍ କରନ୍ତୁ। ଏହାପରେ ଆପ୍ ଓପନ କରନ୍ତୁ ଓ ଏହାକୁ ନିଜର ଆକାଉଣ୍ଟ ସହିତ ଲିଙ୍କ୍ କରିବା ପାଇଁ ସ୍କ୍ରିନ୍ ଉପରେ ଆସୁଥିବା ନିର୍ଦେଶକୁ ପାଳନ କରନ୍ତୁ। ଉଲ୍ଲେଖନୀୟ ଯେ, ହ୍ବାଟସଆପ୍କୁ ଟାବଲେଟ୍ ଭର୍ସନ ସହ ଲିଙ୍କ କରିବା ପାଇଁ ହ୍ବାଟସଆପ୍ ବିଟାର ଆଣ୍ଡ୍ରଏଡ୍ ଭର୍ସନ ୨.୨୨.୨୪.୨୭ ଓ ଏହାର ହାୟର ଭର୍ସନ ରହିଛି। ବର୍ତ୍ତମାନ ଏହି ସୁବିଧା ସବୁ ହ୍ବାଟସଆପ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ନାହିଁ। କମ୍ପାନୀ ଏହାକୁ କିଛି ଲକି ୟୁଜର୍ସଙ୍କ ପାଇଁ ଜାରି କରିଛି।