ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢଉ , ୨୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢଉ । ଲମତାପୁଟ ପୋଲିସର ବଡ ସଫଳତା । ଲମତାପୁଟ ଜଲାହଞ୍ଜର ଗାଁକୁ ଗଞ୍ଜେଇ ଚାଲାଣ ବେଳେ  ୨୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ୍ ।

ସୂଚନା ଅନୁଯାୟୀ ,  ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଦେଉଳପଡା ଛକରେ ଗଞ୍ଜେଇ କାଉଡି ନେଇ ମାଫିଆମାନେ ରାସ୍ତା ପାର ହେଉଥିଲେ । ହଠାତ୍ ଏହି ସମୟରେ ପୋଲିସ ଦେଖି ସେମାନଙ୍କୁ ଗୋଡେଇ ଥିଲେ । କିନ୍ତୁ ମାଫିଆମାନେ ଗଞ୍ଜେଇ ଛାଡି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରୁ ୧୦ ବସ୍ତା ଗଞ୍ଜେଇ ଜବତ ହୋଇଛି । ୧୦ଟି ବସ୍ତାରେ ପ୍ରାୟ ୨ କୁଇଣ୍ଟାଲ ୭୦ କେଜି ଗଞ୍ଜେଇ ରହିଛି । ଯାହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।

Show More

Related Articles

Back to top button