Breaking PLUSଓଡ଼ିଶାମୁଖ୍ୟ ଖବର

ବିଜୁ ବାବୁଙ୍କ ଉପରେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନକରାତ୍ମକ

ଭୁବନେଶ୍ୱର, ୩୧ ମାର୍ଚ୍ଚ- ସଂସଦ ବାହାରେ ସାଂସଦ ନିଶିକାନ୍ତ ଦୁବେ ଯେଉଁ ନକାରାତ୍ମକ ଟିପ୍ପଣୀ ଦେଇଛନ୍ତି। ତାହା ସରକାରଙ୍କ ସଜ୍ଞାନକୁ ଆସିଛି। ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ମତ। ଏଭଳି ଏକ ମନ୍ତବ୍ୟ ଅପରିମାଣଦର୍ଶି ମନ୍ତବ୍ୟ କୌଣସି ମତେ ଗ୍ରହଣୀୟ ନୁହେଁ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ଠୁ ନେଇ ଆମ ସଭିଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। ଏପରି ମନ୍ତବ୍ୟ ଓ ପ୍ରତି ମନ୍ତବ୍ୟ ଆଉ ଯେପରି କେହି ନଦେବେ ସେଥିପାଇଁ ଆମେ ନିବେଦନ କରୁଛୁ। ଏହାକୁ ନେଇ କୌଣସି ରାଜନୀତି କରିବା ବିଜୁଙ୍କ ସମ୍ମାନ ପ୍ରତି ଏହା ଆଘାତ ଦେବ ବୋଲି ସେ କହିଛନ୍ତି।

Show More

Related Articles

Back to top button