Breaking PLUSଓଡ଼ିଶାମୁଖ୍ୟ ଖବର

ଅପରାଧ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସର ବ୍ୟାପକ ପଦକ୍ଷେପ

ପୁରୀ, 24 ମେ-  ତାରିଖ ୦୧.୦୧.୨୦୨୪ ଠାରୁ ୨୩.୦୫.୨୦୨୪ ପର୍ଯ୍ୟନ୍ତ ପୁରୀ ସିଟି ସବ୍‌ଡିଭିଜନ୍‌ ଅଞ୍ଚଳରେ ଆଇନ-ଶୃଙ୍ଖଳା ରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ଦ୍ୱାରା ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସମୟସୀମା ମଧ୍ୟରେ ମୋଟ ୨୭୮ ଜଣ ଆଣ୍ଟି ସୋସିଆଲ୍ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେହିପରି କୋରେକ୍ସ ସମ୍ବନ୍ଧୀୟ ୧୬ଟି କେସ୍ ରୁଜୁ ହୋଇଥିବା ବେଳେ ୨୬ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧୨୩୩ ବୋତଲ୍ କୋରେକ୍ସ ସିଜ୍ କରାଯାଇଛି। ବ୍ରାଉନ୍ ସୁଗାର୍ ସମ୍ବନ୍ଧୀୟ ୧୩ଟି କେସ୍ ରୁଜୁ ହୋଇଥିବା ବେଳେ ୨୮ ଜଣଙ୍କୁ ଗିରଫ କରାଯାଇଛି ଏବଂ ପ୍ରାୟ ୪୮୮ ଗ୍ରାମ୍ ବ୍ରାଉନ୍ ସୁଗାର୍ ସିଜ୍ କରାଯାଇଛି। ଏହାଛଡ଼ା ଏକ୍ସାଇଜ୍ ଆଇନ୍ ଅନୁସାରେ ୫୪ଟି କେସ୍ ରୁଜୁ ହୋଇଥିବା ବେଳେ ୫୪ ଜଣଙ୍କୁ ଗିରଫ କରାଯାଇଛି।
ଏଥି ସହିତ ପୁରୀ ସହରର ବିଭିନ୍ନ ପବ୍ଲିକ୍ ପ୍ଲେସ୍‌ରେ ସାର୍ବଜନିକ ଭାବେ ମଦ୍ୟପାନ କରୁଥିବା ୧୧୦୦ରୁ ଅଧିକ ବ୍ୟକ୍ତିଙ୍କ ବିରୋଧରେ ପିଆର୍ (PR) ସବମିଟ୍ କରାଯାଇଛି।
ପୁରୀ ପୋଲିସ ସହରରେ ଶାନ୍ତି, ସୁରକ୍ଷା ଏବଂ ଅପରାଧମୁକ୍ତ ପରିବେଶ ରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ।

Show More

Related Articles

Back to top button