Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ପୁଣିଥରେ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇଛନ୍ତି ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ। ଆଜି ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେମାନେ ଦଳରେ ପୁନଃ ଯୋଗଦେଇଛନ୍ତି।

ଏହି ଯୋଗଦାନ ପରେ ବାଲେଶ୍ଵର ଜିଲ୍ଲାର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାକୁ ଯାଉଛି ବୋଲି ଚର୍ଚ୍ଚା ଚାଲିଛି। ରଘୁନାଥ ମହାନ୍ତି ପୂର୍ବରୁ ରାଜ୍ୟର ଆଇନ ମନ୍ତ୍ରୀ ଭାବେ କାମ କରିଥିବା ସହ ୫ ଥର ବସ୍ତାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିବା ସେ ୨୦୧୯ରେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ, କିନ୍ତୁ ପରାଜୟ ବରଣ କରିଥିଲେ।

ଅନ୍ୟପଟେ, ଜୀବନ ପ୍ରଦୀପ ଦାସ ପୂର୍ବରୁ ବିଜେଡି ଟିକେଟରେ ବାଲେଶ୍ୱରରୁ ବିଧାୟକ ଭାବେ ଜିତିଥିଲେ। ୨୦୧୪ରେ ସେ ବିଧାନସଭାକୁ ନିର୍ବାଚିତ ହେଲେ ମଧ୍ୟ ୨୦୧୯ରେ ପରାଜିତ ହୋଇଥିଲେ। ପରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ଏବଂ ୨୦୨୦ରେ ସେ ଭାଜପାରେ ଯୋଗଦେଇଥିଲେ। କିନ୍ତୁ ପରେ ଭାଜପାରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏବେ ଦୁଇଜଣ ନେତାଙ୍କର ପୁନର୍ବାର ବିଜେଡିକୁ ଫେରା ଦଳକୁ ଶକ୍ତିଶାଳୀ କରିବା ସହିତ ଆଗାମୀ ରାଜନୈତିକ ପରିସ୍ଥିତିରେ ପ୍ରଭାବ ପକାଇପାରେ ବୋଲି ମତ ଦିଆଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button