
ଅତୀତର ସବୁ ରେକର୍ଡ ଭାଙ୍ଗିଲା ବିଶ୍ବ ପ୍ରସିଦ୍ଧ କେଦାରନାଥ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା । ଚଳିତ ବର୍ଷ କେଦାରନାଥ ଦର୍ଶନ ପାଇଁ ଭକ୍ତଙ୍କ ମନରେ ବେଶ୍ ଉତ୍ସାହ ଦଖିବାକୁ ମିଳିଛି । ୨୦୧୯ରେ ୬ ମାସ ମଧ୍ୟରେ ୧୦ ଲକ୍ଷ ତୀର୍ଥଯାତ୍ରୀ ଆସିଥିଲାବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୧୨୬ ଦିନରେ ୧୧ ଲକ୍ଷ ତୀର୍ଥଯାତ୍ରୀ କେଦାରନାଥ ଯାତ୍ରାରେ ଆସିଛନ୍ତି ।ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇ ୧୩ ଲକ୍ଷ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।
ତେବେ ୧୬ ଏବଂ ୧୭ ଜୁନ୍ ୨୦୧୩ରେ କେଦାରନାଥ ଧାମରେ ଘଟିଥିବା ଭୟଙ୍କର ବିପର୍ଯ୍ୟୟ ପାଇଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ମରାମତି ଯୋଗୁଁ ବିପର୍ଯ୍ୟୟର ପରବର୍ତ୍ତୀ ବର୍ଷ ପରେ ପୁନଃ ଯାତ୍ରା ଆରମ୍ଭ ହୋଇଥିଲା । ୨୦୧୯ରେ ୧ ଲକ୍ଷ ତୀର୍ଥଯାତ୍ରୀ କେଦାରନାଥ ପରିଦର୍ଶନ କରିଥିଲେ । କୋରୋନା ମହାମାରୀ ଯୋଗୁଁ ୨୦୨୦ ଏବଂ ୨୦୨୧ରେ ଯାତ୍ରା ପ୍ରଭାବିତ ହୋଇଥିଲା । ଚଳିତ ବର୍ଷ କେଦାରନାଥ ଯାତ୍ରା ସ୍ବଭାବିକ ଚାଲିଥିବାବେଳେ ତୀର୍ଥଯାତ୍ରୀଙ୍କ ସଂଖ୍ୟାରେ ସମସ୍ତ ରେକର୍ଡ ଭାଙ୍ଗିଛି ।
ପ୍ରତିଦିନ ୭ରୁ ୮ ହଜାର ଯାତ୍ରୀ ଆସୁଛନ୍ତି । କେତେକ ଶ୍ରଦ୍ଧାଳୁ ପଦଯାତ୍ରାରେ ଯାଉଥିବାବେଳେ ଆଉ କେତେକ ହେଲିକେପ୍ଟର ସାହାଯ୍ୟରେ ଯାଉଛନ୍ତି । ୩ ହେଲିକପ୍ଟର କମ୍ପାନୀ କେଦାରନାଥ ଯାତ୍ରା ପାଇଁ ବିମାନ ସେବା ଆରମ୍ଭ କରିଥିଲେ । ଗତ ମେ ୬ରୁ କେଦାରନାଥ ଯାତ୍ରା ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟର ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ।