ଓଡ଼ିଶାଦୁର୍ଘଟଣା

ସୁନ୍ଦରଗଡ଼ରେ ସଡ଼କ ଦୁର୍ଘଟଣା: ଶିଶୁର ମୃତ୍ୟୁ ପରେ ଥାନା ଘେରାଉ, ତିବ୍ର ଉତ୍ତେଜନା

ସୁନ୍ଦରଗଡ଼: ଜଣେ ୨.୫ ବର୍ଷର ଶିଶୁର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ଧାରୁଆଡିହି ଥାନାରେ ତିବ୍ର ଉତ୍ତେଜନା ଦେଖାଦେଇଛି। କ୍ରୋଧିତ ସ୍ଥାନୀୟ ଲୋକେ ଥାନାକୁ ଘେରାଉ କରି ପ୍ରତିବାଦ କରିଥିଲେ।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଧାରୁଆଡିହି ମୁଖ୍ୟ ସଡ଼କରେ ଏକ କାର ଶିଶୁଟି ଓ ତାଙ୍କ ମାଆଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଥିବାବେଳେ, ମାଆ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ଏହି ଘଟଣାରେ କ୍ରୋଧିତ ଲୋକେ ଥାନାକୁ ଘେରାଉ କରି ଦୁର୍ଘଟଣାରେ ଜଡିତ ଗାଡ଼ି ଚାଳକଙ୍କୁ ଶୀଘ୍ର ଗିରଫ କରିବା, ପରିବାରକୁ ଯଥୋଚିତ କ୍ଷତିପୂରଣ ଓ ଆହତ ମହିଳାଙ୍କୁ ଭଲ ଚିକିତ୍ସା ଯୋଗାଇବାକୁ ଦାବି କରିଥିଲେ। ସେମାନେ ଏହା ସହ ଶିଶୁଟିର ପିତାମାତାଙ୍କ ଜୀବିକା ପାଇଁ ସରକାରୀ ସହାୟତା ଦେବାକୁ ମଧ୍ୟ ଦାବି କରିଥିଲେ।
ପୋଲିସ ଦୁର୍ଘଟଣାରେ ବ୍ୟବହୃତ ଗାଡ଼ିକୁ ଜବତ କରିଥିବାବେଳେ ଗାଡ଼ି ମାଲିକଙ୍କୁ ପଚରାଉଚରା ପାଇଁ ଧରି ରଖିଛି।
ଶେଷ ସୂଚନା ମିଳିବା ସମୟରେ, ପ୍ରତିବାଦକାରୀ ଓ ପୋଲିସ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡ଼ିଛି। ମୃତ ଶିଶୁର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଓ ଘଟଣାର ତଦନ୍ତ ଜାରି ରହିଛି।

Show More

Related Articles

Back to top button