Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଜଳସେଚନ ଉପଖଣ୍ଡ ଏସଡିଓ

ଭୁବନେଶ୍ୱର, 26 ମାର୍ଚ୍ଚ- ଭିଜିଲାନ୍ସ ଜାଲରେ ଜଳସେଚନ ଉପଖଣ୍ଡ ଏସଡିଓ। ଗଂଜାମ ଭଂଜନଗର ଡହ ଜଳସେଚନ ଉପଖଣ୍ଡ ଏସଡିଓ ପଞ୍ଚୁ ବେହେରାଙ୍କ ଏକାଧିକ ଠିକଣାରେ ରେଡ୍ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ଚାଲିଛି। ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ।

ଭଂଜନଗର ସ୍ଥିତ ଅଫିସ ଓ ସରକାରୀ ବାସଭବନ, ବ୍ରହ୍ମପୁର ବସନ୍ତବିହାରରେ ଥିବା ଏକ ୩ ମହଲା କୋଠା, ବ୍ରହ୍ମପୁର ଭୀମା ନଗରରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି। ପୋଲସରାରେ ଥିବା ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ରେଡରେ ଭିଜିଲାନ୍ସର ୩ ଡିଏସପି, ୭ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ ସଦସ୍ୟ ସାମିଲ ଅଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button