Breaking PLUSଓଡ଼ିଶାମୁଖ୍ୟ ଖବର

ଢେଙ୍କାନାଳ ଓ କେନ୍ଦୁଝରରେ ହେବ ଷ୍ଟିଲ ପ୍ଲାଂଟ

ଭୁବନେଶ୍ୱର, 21 ଏପ୍ରିଲ- ଢେଙ୍କାନାଳ ଓ କେନ୍ଦୁଝରରେ ହେବ ଷ୍ଟିଲ ପ୍ଲାଂଟ । ଏନେଇ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । JSW ଓ ପସ୍କୋ ସହ ଏନେଇ ଚୁକ୍ତିନାମା ହୋଇଛି ।

ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ସୂଚନା ଦେଇ କହିଛନ୍ତି,  ଆମ ହାତରେ ଏବେ ୨ଟି ଷ୍ଟିଲ ପ୍ଲାଣ୍ଟ ଅଛି। ୫ ମିଲିୟନ ଟନ ଷ୍ଟିଲ ପ୍ଲାଣ୍ଟ କେନ୍ଦୁଝରରେ ଓ ଅନ୍ୟଟି ୬ ମିଲିୟନ ଟନ ଷ୍ଟିଲ ପ୍ଲାଣ୍ଟ ଢେଙ୍କାନାଳରେ ପ୍ରତିଷ୍ଠା ହେବ । ଢେଙ୍କାନାଳରେ ହଜାର ଏକର ଜମି ଅଛି ତଥାପି ଆହୁରି ଜମି ଆବଶ୍ୟକ ପଡ଼ିପାରେ । ଆବଶ୍ୟକ ଜମି ରାଜ୍ୟ ସରକାର ଯୋଗାଇ ଦେବେ । ଏହା ସହ ଅନୁମତି ଓ କ୍ଲିୟରାନ୍ସ ଠିକ୍ ସମୟରେ ଉପଲବ୍ଧ କରାଯିବ ।

Show More

Related Articles

Back to top button