ସ୍ୱଚ୍ଛ ଭାରତ ମିଶନ,ନିଜର ଐତିହ୍ୟ ସ୍ଥଳକୁ ସ୍ୱଚ୍ଛ ରଖିବାର ଦାୟିତ୍ୱ ନିଅନ୍ତୁ ଯୁବପୀଢି
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସ୍ୱଚ୍ଛତା ନିହାତି ଆବଶ୍ୟକ ।

ଭୁବନେଶ୍ୱର: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସ୍ୱଚ୍ଛତା ନିହାତି ଆବଶ୍ୟକ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ପ୍ରତ୍ୟେକ ଦେଶବାସୀ ଭାରତବର୍ଷକୁ ମଇଳା ଓ ଆବର୍ଜନାରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେଇ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିଛନ୍ତି ଏବଂ ଏଥିରେ ଦେଶର ଯୁବଶକ୍ତିଙ୍କ ଭୁମିକା ଅତ୍ୟନ୍ତ ଉତ୍ସାହଜନକ । ଗତ ୨୦୧୪ ମସିହା ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ ଅବସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆରମ୍ଭ କରିଥିବା ସ୍ୱଚ୍ଛ ଭାରତ ଯୋଜନା ଆଜି ଏକ ଆନ୍ଦୋଳନରେ ପରିଣତ ହେବା ସହିତ ଏକ ନୂତନ ପରିଚୟ ସୃଷ୍ଟି କରିଛି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ସହରାଅଞ୍ଚଳରୁ ପ୍ରତିଦିନ ୧ ଲକ୍ଷ ଟନରୁ ଉର୍ଦ୍ଧ୍ୱ ବର୍ଜ୍ୟବସ୍ତୁକୁ ବାୟୋଗ୍ୟାସ ପ୍ଲାଂଟ ଜରିଆରେ ଗୋବରରେ ପରିଣତ କରି ଚାଷ ଉପଯୋଗୀ କରାଇଛନ୍ତି । ଆଜି ମୋଦି ସରକାର କାରଣରୁ ସ୍ୱଳ୍ପ ସମୟ ଭିତରେ ଦେଶବ୍ୟାପୀ ୧୧.୫କୋଟିରୁ ଅଧିକ ଘରେ ଶୌଚାଳୟ ନିର୍ମାଣ ସମ୍ଭବ ହୋଇଛି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ବିଜେପି ତରଫରୁ ଦେଶବ୍ୟାପୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗୋଟିଏ ପକ୍ଷ ଧରି “ସାମାଜିକ ନ୍ୟାୟ ଓ ସେବା” ପକ୍ଷ ଆରମ୍ଭ ହୋଇଛି । ଏହି ଅବସରରେ ବିଜେପି କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ପ୍ରସଙ୍ଗରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି । ସାମାଜିକ ନ୍ୟାୟ ଓ ସେବା ପକ୍ଷ ପାଳନ ଅବସରରେ ଭୁବନେଶ୍ୱର ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି । ଭୁବନେଶ୍ୱର ସ୍ଥିତ କଳାରାହାଙ୍ଗ ଅନ୍ତର୍ଗତ ବାବା ଜଳେଶ୍ୱର ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପିର ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ଐତିହ୍ୟ ଓ ପରମ୍ପରା ସମ୍ପୁର୍ଣ୍ଣ ରାଜ୍ୟ ହେଉଛି ଓଡ଼ିଶାଏବଂ ମନ୍ଦିର ମାଳିନୀ ସହର ହେଉଛି ଭୁବନେଶର ।



