
ପ୍ରକୃତିର ତାଣ୍ଡବରେ ଫିଲିପାଇନ୍ସର ସ୍ଥିତି ବେହାଲ । ଫିଲିପାଇନ୍ସର ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଝଡ଼ରେ ଅନେକ ସ୍ଥାନ ପ୍ରଭାବିତ । ଏହି ଝଡ଼ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ମାଗୁଇଣ୍ଡାନାଓ ପ୍ରଦେଶର କୁସିଆଙ୍ଗ ଗାଁ ।
ସୂଚନା ଅନୁଯାୟୀ, ଏହି ଘଟଣାରେ ଉଦ୍ଧାରକାରୀ ଦଳ ଦ୍ୱାରା ପିଲାଙ୍କ ସମେତ ଅତି କମ୍ରେ ୧୮ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଗୁଡ଼ିକୁ ମାଟିତଳୁ କାଦୁଅରୁ ଟାଣି ବାହାର କରାଯାଇଥିଲା।
ଅଧିକାରୀମାନେ ଭୟ କରୁଛନ୍ତି ଯେ, ଅତି କମ୍ରେ ମାଟିତଳେ ୧୦୦ ଲୋକ ପୋତି ହୋଇଥାଇପାରନ୍ତି।
ଆଠଟି ପ୍ରାନ୍ତ ଏବଂ ଫିଲିପାଇନ୍ସ ଦ୍ୱୀପପୁଞ୍ଜର ଗୋଟିଏ ସହରରେ ଅତି କମ୍ରେ ୬୧ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ନିଖୋଜ ହୋଇଥିବା ଅନୁମାନ କରାଯାଉଛି ସିନାରିମ୍ବୋ ପକ୍ଷରୁ ସୂଚନା ମିଳିଛି ।