ଥାଇରଏଡ଼କୁ ନିୟନ୍ତ୍ରଣ କରିବା ପାଇଁ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ
ଆଜିକାଲି ଥାଇରଏଡ ଗୋଟିଏ ସାମାନ୍ୟ ସମସ୍ୟା ଭାବରେ ଦେଖା ଦେଇଛି । ଏହା ପ୍ରାୟ ସମସ୍ତ ବ୍ୟକ୍ତିଙ୍କ ପାଖରେ ଦେଖା ଦେଉଥିବା କାରଣରୁ ବିଭିନ୍ନ ସମସ୍ୟା ଉପୁଜିଛି,ପୁରୁଷ ମାନଙ୍କ ତୁଳନାରେ ମହିଳା ମାନେ ଅଧିକ ଥାଇରଏଡର ସମ୍ମୁଖୀନ ହୋଇଥାନ୍ତି

ଏହା ଗୋଟିଏ ବଂଶନୁଗତିକ ରୋଗ ,ଯାହା ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଯାଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ସନ୍ତୁଳିତ ଆହାର,ବ୍ୟାୟାମ,ଚିନ୍ତା ମୁକ୍ତ ରହି ଥାଇରଏଡକୁ ନାମ ନିୟନ୍ତ୍ରିତ କରାଯାଇ ପାରିବ ।ଯଦି ଆପଣ ଗୋଟିଏ ଥାଇରଏଡ ରୋଗୀ ତେବେ ନିମ୍ନଲିଖିତ ଖାଦ୍ୟକୁ ଗ୍ରହଣ କରନ୍ତୁ
* ଯଦି ଆପଣ ଜଣେ ଥାଇରଏଡ ରୋଗୀ ଅଟନ୍ତି,ତେବେ ପ୍ରତ୍ୟେକ ଦିନ କଞ୍ଚା କଦଳୀ ସେବନ କରନ୍ତୁ ।ଏହାକୁ ଆପଣ ବିଭିନ୍ନ ତରକାରୀ ସାହାଯ୍ୟରେ ସେବନ କରି ପାରିବେ ।ଏଥିରେ ଆୟୋଡ଼ିନ ରହିଥିବା କାରଣରୁ ଥାଇରଏଡ ପାଇଁ ହିତକର ।କଞ୍ଚା କଦଳୀ ବ୍ୟତୀତ ପଣସ କଠା ରେ ମଧ୍ୟ ଅଯୋଡ଼ିନ ର ମାତ୍ରା ରହିଛି , ଆପଣ ଚାହିଁଲେ ପଣସ କଠା ସେବନ କରି ପାରିବେ ।
* ଚଣା ସମସ୍ତ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ଖାଦ୍ୟ ଅଟେ । ଏହାକୁ ଆମେ ଡାଲି ପ୍ରସ୍ତୁତ କରି କିମ୍ବା ଭାଜି ଖାଇଥାଇ । ଏଥିରେ ପ୍ରୋଟିନ , ଆଇରନ ଓ ଜୀଙ୍କ୍ ରହିଛି ,ଯାହା ଥାଇରଏଡ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
* ଚର୍ବି ଯୁକ୍ତ ମାଛରେ ଉଚ୍ଚ ମାତ୍ରାରେ ଓମେଗା ଥ୍ରୀ ଫ୍ୟାଟି ଏସିଡ ରହିଛି । ତାସହିତ ଏଥିରେ ଆୟୋଡ଼ିନ , ଆଣ୍ଟିଇନ୍ଫ୍ଲାମେଟରୀ ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥିବା କାରଣରୁ ଥାଇରଏଡ ପାଇଁ ହିତକର ।
* ଥାଇରଏଡ ରୋଗକୁ ନିୟନ୍ତ୍ରଣ କରିବା ପାଇଁ କେଶର ସେବନ କରିବ ଆବଶ୍ୟକ ,ଏଥିରେ ଆମିନୋ ଏସିଡ ରହିଥାଏ ।ତେଣୁ ବିଶେଷଜ୍ଞ ମାନଙ୍କ ମତରେ ଥାଇରଏଡ ରୋଗୀ ମାନେ ସକାଳୁ କେଶର o ଦୁଗ୍ଧ ସେବନ କରିବା ଦ୍ୱାରା ଥାଇରଏଡ ନିୟନ୍ତ୍ରିତ ହୁଏ ।