ଦେଶ ବିଦେଶମୁଖ୍ୟ ଖବର

ନାଇଜେରିଆ ଅଭିଯାନରେ ଆଇଏସଆଇଏସ୍‌ର ଶୀର୍ଷ ନେତା ନିହତ: ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ନାଇଜେରିଆରେ ଆମେରିକୀୟ ଓ ନାଇଜେରିଆ ସେନାର ଯୁକ୍ତ ଅଭିଯାନରେ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ଅବୁ-ବିଲାଲ ଅଲ-ମିନୁକି ନିହତ ହୋଇଛି।
ଟ୍ରମ୍ପ ନିଜ ସାମାଜିକ ମାଧ୍ୟମ ‘ଟ୍ରୁଥ୍ ସୋସିଆଲ୍’ରେ କହିଛନ୍ତି ଯେ, ଏହି ଜଟିଳ ଅଭିଯାନ ତାଙ୍କ ନିର୍ଦ୍ଦେଶରେ ସଫଳତାର ସହ କାର୍ଯ୍ୟକରିତ ହୋଇଥିଲା। ସେ କହିଛନ୍ତି ଯେ, ଅଲ-ମିନୁକି ଆଫ୍ରିକାରେ ଲୁଚିଥିଲେ ମଧ୍ୟ ଆମେରିକୀୟ ଗୁପ୍ତଚର ସୂଚନା ମାଧ୍ୟମରେ ତାଙ୍କ ଗତିବିଧି ଉପରେ ନଜର ରଖାଯାଉଥିଲା।
ସୂଚନା ଅନୁସାରେ, ଅଲ-ମିନୁକି ଆଇଏସଆଇଏସ୍‌ର ବିଶ୍ୱସ୍ତରୀୟ ଉପ-କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ ଏବଂ ଆଫ୍ରିକାର ସାହେଲ ଅଞ୍ଚଳରେ ସଂଗଠନର କାର୍ଯ୍ୟକଳାପ ଚାଳନା କରୁଥିଲେ। ସେ ୨୦୨୩ ମସିହାରେ ଆମେରିକା ଦ୍ୱାରା ଆତଙ୍କବାଦ ସମ୍ପର୍କିତ ନିଷେଧାଜ୍ଞା ତାଲିକାରେ ସାମିଲ ହୋଇଥିଲେ।
ଏହାସହ ଟ୍ରମ୍ପ ଇରାନ ସମ୍ପର୍କିତ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି କହିଛନ୍ତି ଯେ, ଆମେରିକା ଇରାନର ନୌସେନା, ବାୟୁସେନା ଓ କ୍ଷେପଣାସ୍ତ୍ର କ୍ଷମତାକୁ ଗୁରୁତର ଭାବେ କ୍ଷତିଗ୍ରସ୍ତ କରିଛି। ସେ ଇରାନ କେବେ ମଧ୍ୟ ପରମାଣୁ ଅସ୍ତ୍ର ହାସଲ କରିପାରିବ ନାହିଁ ବୋଲି ଦୃଢ଼ ମତ ପ୍ରକାଶ କରିଛନ୍ତି।

Show More

Related Articles

Back to top button