ବାଲିଅନ୍ତା ଘଟଣାସ୍ଥଳରେ ପହଂଚିଲେ ଡିଜିପି ଓ ମହିଳା କମିଶନର

ଭୁବନେଶ୍ୱର, 8 ମେ- ବାଲିଅନ୍ତା ବର୍ବରକାଣ୍ଡକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ। ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ୍ ଡିଜି। ଡିଜିପି ୱାଇ.ବି. ଖୁରାନିଆ ଓ ଡିସିପି ଜଗମୋହନ ମୀନା ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି। ଡିଜିପି ଓ ଡିସିପିଙ୍କ ସହ ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୋଲିସ୍ ମଧ୍ୟ ଉପସ୍ଥିତ ରହିଛି।
‘ସେହିପରି ଘଟଣାର ତଦନ୍ତ ପାଇଁ ବାଲିଅନ୍ତାରେ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ କରିଛନ୍ତି। ଘଟଣାସ୍ଥଳ ପରିଦର୍ଶନ ପରେ ପୀଡିତାଙ୍କ ଘରେ ମଧ୍ୟ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। କକକମିଶନ ଅଧ୍ୟକ୍ଷା କହିଛନ୍ତି, ମୁଖ୍ୟମନ୍ତ୍ରୀ ଏହି ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବୁ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଯେତେ ବଡ଼ ଲୋକ ହୋଇଥିଲେ ବି ତାଙ୍କୁ ଛଡାଯିବ ନାହିଁ।



