Breaking PLUSଦେଶମୁଖ୍ୟ ଖବରରାଜନୀତିସଂସଦ

ରାଜ୍ୟ ସଭାର ୩୨% ସଦସ୍ୟଙ୍କ ନାମରେ ଆପରାଧିକ ଅଭିଯୋଗ

ଆସୋସିଏଶନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍)ର ଏକ ନୂତନ ରିପୋର୍ଟ ଅନୁଯାୟୀ, ରାଜ୍ୟ ସଭାର ପ୍ରାୟ ୩୨ ପ୍ରତିଶତ ସଦସ୍ୟଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ୨୩୩ ଜଣ ସଦସ୍ୟଙ୍କ ମଧ୍ୟରୁ ୨୨୯ ଜଣଙ୍କ ସତ୍ୟପାଠ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି।
ରିପୋର୍ଟ ଅନୁଯାୟୀ, ୨୨୯ ଜଣଙ୍କ ମଧ୍ୟରୁ ୭୩ ଜଣ ସଦସ୍ୟଙ୍କ ନାମରେ ଆପରାଧିକ ମାମଲା ରହିଥିବାବେଳେ ୩୬ ଜଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ଏଥିରେ ହତ୍ୟା, ହତ୍ୟା ଚେଷ୍ଟା ଓ ମହିଳା ବିରୋଧୀ ଅପରାଧ ସମ୍ବନ୍ଧୀୟ ମାମଲା ମଧ୍ୟ ଅନ୍ତର୍ଭୁକ୍ତ।
ଦଳୀୟ ଭିତ୍ତିରେ ଦେଖିଲେ, ବିଜେପିର ୯୯ ଜଣ ମଧ୍ୟରୁ ୨୭, କଂଗ୍ରେସର ୨୮ ମଧ୍ୟରୁ ୧୨, ଟିଏମ୍ସିର ୧୩ ମଧ୍ୟରୁ ୪ ଏବଂ ଆପ୍ର ୧୦ ମଧ୍ୟରୁ ୪ ଜଣଙ୍କ ନାମରେ ମାମଲା ରହିଛି।
ଏହାସହ, ରାଜ୍ୟ ସଭାର ୧୪ ପ୍ରତିଶତ ସଦସ୍ୟ ଅରବପତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସଦସ୍ୟମାନଙ୍କ ହାରାହାରି ସମ୍ପତ୍ତି ୧୨୦.୬୯ କୋଟି ଟଙ୍କା ଥିବାବେଳେ କିଛି ସଦସ୍ୟଙ୍କ ସମ୍ପତ୍ତି ହଜାର କୋଟି ଟଙ୍କା ଅତିକ୍ରମ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button