ଦେଶରେ କୋଭିଡ୍ର ଦ୍ବିତୀୟ ଲହର ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ୧୧ ତାରିଖରୁ ସରକାର ଏଭଳି ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲିବେ ବୋଲି ଜଣାଯାଇଛି।
ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ପରାମର୍ଶ କରାଯାଇଛି। ସମ୍ପ୍ରତି ଦେଶର ୪୫ ବର୍ଷରୁ ଅଧିକ ବୟସ୍କମାନେ ହିଁ କୋଭିଡ୍ ଟିକା ନେବା ପାଇଁ ଯୋଗ୍ୟ ହିତାଧିକାରୀ ଭାବେ ବିବେଚିତ ହେଉଛନ୍ତି।