Breaking PLUSଓଡ଼ିଶାମୁଖ୍ୟ ଖବର

ହାଇୱାକୁ ପଛରୁ ପିଟିଲା ହାଇୱା, ଡ୍ରାଇଭର ଜୀବନ୍ତ ଦଗ୍ଧ

ହାଇୱାକୁ ପଛରୁ ପିଟିଲା ହାଇୱା। ଫଳରେ ପଛ ହାଇୱା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଜୀବନ୍ତ ଦଗ୍ଧ ହୋଇଥିବା ଡ୍ରାଇଭର ଜଣଙ୍କ ହେଲେ ଝାରଖଣ୍ଡର ସୁନୀଲ ଯାଦବ।

ହାଇୱାକୁ ପଛରୁ ପିଟିଲା ହାଇୱା। ଫଳରେ ପଛ ହାଇୱା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଜୀବନ୍ତ ଦଗ୍ଧ ହୋଇଥିବା ଡ୍ରାଇଭର ଜଣଙ୍କ ହେଲେ ଝାରଖଣ୍ଡର ସୁନୀଲ ଯାଦବ।

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ବେଳକୁ “ଆଶ ଟେକ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ” କମ୍ପାନୀର ଏକ ହାଇୱା ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ପ୍ଲାଣ୍ଟରୁ ପାଉଁଶ ବୋଝଇ କରି କାମାକ୍ଷାନଗର ଆସୁଥିଲା। ଜାତୀୟ ରାଜପଥ ୫୩ ସମ୍ପ୍ରସାରଣ କାମରେ ପାଉଁଶ ବୋଝେଇ କରି ହାଇୱାଟି ଆସୁଥିଲା। କାମାକ୍ଷାନଗର ଥାନା ଜଡ଼ାପାଳ ଛକ ନିକଟରେ ରାସ୍ତା ପାଶ୍ଵରେ ଛିଡା ହୋଇଥିବା ସେହି କମ୍ପାନୀର ଅନ୍ୟ ଏକ ହାଇୱାର ପଛପଟୁ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଜୋର ଥିଲା ଯେ ପଛରୁ ପିଟିଥିବା ହାଇୱା ଗାଡିଟି ସଙ୍ଗେସଙ୍ଗେ ଜଳିଯାଇଥିଲା। ଫଳରେ ଡ୍ରାଇଭର ଗାଡିରୁ ବାହାରି ନପାରି ଗାଡି ଭିତରେ ଜୀବନ୍ତ ଦଗ୍ଧ ହୋଇ ସମ୍ପୂର୍ଣ୍ଣ ଜଳିଯଇଛି। ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।

Show More

Related Articles

Back to top button