ଏସ୍ସିବିରେ ପହଞ୍ଚିଲା ଆଉ ୯ଟି ଇକ୍ମୋ ମେସିନ୍
କରୋନାର ଶେଷ ଚିକିତ୍ସା ଇକ୍ମୋ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହେବାକୁ ଯାଉଛି । ରାଜ୍ୟର ପ୍ରମୁଖ ହସ୍ପିଟାଲ ଏସସିବି ମେଡିକାଲରେ ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା ବେଳେ ଆଗାମୀ ଅଗଷ୍ଟ ୧୫ ତାରିଖରେ ରାଜ୍ୟ ବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଉଦ୍ଘାଟନ କରିବେ ।

କରୋନାର ଶେଷ ଚିକିତ୍ସା ଇକ୍ମୋ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହେବାକୁ ଯାଉଛି । ରାଜ୍ୟର ପ୍ରମୁଖ ହସ୍ପିଟାଲ ଏସସିବି ମେଡିକାଲରେ ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା ବେଳେ ଆଗାମୀ ଅଗଷ୍ଟ ୧୫ ତାରିଖରେ ରାଜ୍ୟ ବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଉଦ୍ଘାଟନ କରିବେ । ବୁଧବାର ଏସ୍ସିବିରେ ୪ ଟି ଇକ୍ମୋ ମେସିନ୍ ପହଞ୍ôଚଛି । ଏସ୍ସିବିକୁ ୩ଟି ପର୍ଯ୍ୟାୟରେ ୫ଟି ଇକ୍ମୋ ମେସିନ୍ ଆସିଥିଲା ବେଳେ ଆଉ ୪ଟିକୁ ମିଶାଇ ସର୍ବମୋଟ ୯ଟି ଇକ୍ମୋ ମେସିନ୍ ଏସ୍ସିବିରେ ପହଞ୍ôଚଛି । ଏହା କାର୍ଯ୍ୟକାରୀ ହେଲେ ଏହି ବ୍ୟୟବହୁଳ ଇକମୋ ଚିକିତ୍ସା ପାଇଁ ଆଉ ଓଡ଼ିଶା ବାହାରକୁ ରାଜ୍ୟର ରୋଗୀମାନଙ୍କୁ ଯିବାକୁ ପଡ଼ିବ ନାହିଁ । ଏହି ଚିକିତ୍ସା କେବଳ ଧନୀଙ୍କ ହାତରେ ରହିବ ନାହିଁ ରାଜ୍ୟର ଗରିବ ଲୋକେ ମଧ୍ୟ ଇକମୋର ମାଗଣା ଚିକିତ୍ସା ପାଇପାରିବେ ।
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଓଡ଼ିଶା ବାହାରକୁ କରୋନା ଇକମୋ ପାଇଁ ବହୁ ରୋଗୀଙ୍କୁ ଯିବାକୁ ପଡୁଥିଲା । କିଏ ସୁସ୍ଥ ହୋଇ ଫେରିଥିଲେ ତ ଆଉ କିଏ ସର୍ବସ୍ୱାନ୍ତ ହୋଇ ଜୀବନ ହରାଇଥିଲେ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା । ଏଣୁ ସରକାର ଏହି ସେବା ଯୋଗାଇବା ପାଇଁ ଯୋଜନା କରିଥିଲେ । କଟକ ଏସସିବି ମେଡିକାଲ ର କାର୍ଡିଓଥୋରାସିସ ବିଭାଗରେ ଏହାର ବ୍ୟବସ୍ଥା କରିବା ପାଇଁ ସ୍ଥିର ହୋଇଛି । ଯାହା ଏବେ ସାକାର ହେବାପାଇଁ ଯାଉଛି । ଏହି ଚିକିତ୍ସାରେ କରୋନାରେ ଫୁସଫୁସ ସକ୍ରମିତ ରୋଗୀଙ୍କ ପାଇଁ ଏହା ଏକ ବିକଳ୍ପ ଭାବେ କାର୍ଯ୍ୟ କରିଥାଏ । ଏହି ଚିକିତ୍ସା ପାଇଁ ଏସସିବିକୁ ୯ ଟି ଇକମୋ ମେସିନ ଆସିବାକୁ ଥିବା ବେଳେ ଏବେ ସୁଦ୍ଧା ସମସ୍ତ ମେସିନ ଆସି ଏଠାରେ ପହଞ୍ଚିଛି । କାର୍ଡିଓଥୋରାସିସ ବିଭାଗର ତଳ ମହଲାରେ ୩ ଟି ଓ ଉପର ମହଲା ଆଇସିୟୁ ରେ ୬ ଟି ମେସିନ ରଖାଯିବ । ଯେଉଁ ମାନେ କୋଭିଡ ସଂକ୍ରମିତ ଆସିବେ ସେମାନଙ୍କୁ ତଳେ ଓ ଅଣସଂକ୍ରମିତଙ୍କୁ ଉପର ମହଲା ଆଇସିୟୁରେ ଚିକିତ୍ସା ଯୋଗାଇ ଦିଆଯିବ ।



