Breaking PLUSଓଡ଼ିଶାଦେଶ ବିଦେଶବଲିଉଡବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟି
ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ

ମୁମ୍ବାଇ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ସାରା ବିଶ୍ୱ ସ୍ତବ୍ଧ ହୋଇପଡିଛି । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଶୋକ ପାଳନ କରିଛନ୍ତି । ମୁମ୍ୱାଇବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସା ହେଉଥିଲେ । ତେବେ ଆଜି ସକାଳ ୮ଟାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । । ଲତାଙ୍କ ପରଲୋକ ନେଇ ସଡକ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ଶୋକ ପ୍ରକାଶ କରିଛନ୍ତି । ସେ ୧୯୨୯ ମସିହାରେ ସେପ୍ଟେମ୍ୱର ୨୮ ରେ ଜନ୍ମଗ୍ରହଣ କରିଥିଲେ । ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି । ୧୯୪୮ ରୁ ୧୯୭୪ ମଧ୍ୟରେ ସେ ୨୫୦୦୦ ରୁ ଉର୍ଦ୍ଧ୍ୱର ସଙ୍ଗୀତ ଗାଇଥିଲେ । ୧୯୭୪ ମସିହାରେ ସେ ଗିଜିନ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ । ତେବେ ତାଙ୍କର ଅନ୍ତିମ ସଂସ୍କାର ମୁମ୍ୱାଇ ଶିବାଜୀ ପାର୍କରେ କରାଯିବ ବୋଲି ପରିବାର ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି ।