ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କୁ ମେସେଜରେ ଧମକ
ବଲିଉଡର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କୁ ବିଏସି ମୁଖ୍ୟ ଇକବାଲ ସିଂହ ଚହଲଙ୍କ ସମ୍ପର୍କୀୟ ରାଜିନ୍ଦର ଧମକ ଦେଇଛନ୍ତି।

ବଲିଉଡର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କୁ ବିଏସି ମୁଖ୍ୟ ଇକବାଲ ସିଂହ ଚହଲଙ୍କ ସମ୍ପର୍କୀୟ ରାଜିନ୍ଦର ଧମକ ଦେଇଛନ୍ତି।
ସୂଚନା ଅନୁଯାୟୀ, ଇକବାଲ ସିଂହ ଚହଲଙ୍କ ତରଫରୁ ତାଙ୍କ ସମ୍ପର୍କୀୟ ରାଜୀନ୍ଦରଙ୍କ ପାଇଁ ବିଦେଶରେ ଏକ ମ୍ୟୁଜିକ୍ କନ୍ସର୍ଟ କରିବାକୁ ସୋନୁଙ୍କୁ ଅନୁରୋଧ କରିଥିଲେ ।
ସୋନୁଙ୍କ ଇଣ୍ଟରନେସନାଲ୍ କନ୍ସର୍ଟର କାମ ପ୍ରୋମୋଟର୍ ରକି ଦେଖନ୍ତି। ତେଣୁ ସେ ପ୍ରମୋଟର୍ ରକିଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ, କିନ୍ତୁ ରକି ରାଜିନ୍ଦର ପସନ୍ଦ କରିନଥିଲେ। ଯାହା ଫଳରେକି ସେ ସୋନୁଙ୍କୁ ଅପମାନଜନକ ତଥା ଧମକପୂର୍ଣ୍ଣ ମେସେଜ୍ ପଠାଇଛନ୍ତି। ଯାହାର ସ୍କ୍ରିନସଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ରାଜିନ୍ଦର ସୋନୁଙ୍କୁ ମେସେଜରେ ଧମକପୂର୍ଣ୍ଣ ଶବ୍ଦ ବ୍ୟବହାର କରିଛନ୍ତି। ମେସେଜରେ ରାଜିନ୍ଦରଙ୍କ ଦ୍ୱାରା ବ୍ୟବହୃତ ଭାଷା ଅଶ୍ଳୀଳ, ଯାହା ସୋନୁଙ୍କୁ ଆଘାତ ଦେଇଛି। ସେ ଆମ ଦେଶର ସମ୍ମାନିତ ଗାୟକମାନଙ୍କ ମଧ୍ୟରୁ ଜଣେ ଏବଂ ଦେଶର ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି। ସୋନୁଙ୍କ ପାଖରେ ରାଜୀନ୍ଦରଙ୍କ ଅଶ୍ଳୀଳ ମେସେଜର ଅଡିଓ ଏବଂ ସ୍କ୍ରିନସଟ ରହିଛି।