ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିମୁଖ୍ୟ ଖବର
ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା,ବାହୁଡିବ ରୁକୁଣା ରଥ
୧ଟା ୩୦ରେ ପହଣ୍ଡି କରାଯାଇ ୩ଟା ୩୦ରେ ରଥ ଟଣା ଆରମ୍ଭ

ଭୁବନେଶ୍ୱର: ଆଜି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଅଶେକାଷ୍ଟମୀରୁ ଆରମ୍ଭ ହୋଇଥିବା ଏହି ରୁକୁଣା ରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ। ଏଥିପାଇଁ ସମସ୍ତ ନୀତି ନିର୍ଘଣ୍ଟ ସମାପ୍ତ ହୋଇସାରିଛି ।
ସକାଳ ୬ ଟା ୩୦ ରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଶେଷ ପରେ ବର୍ତ୍ତମାନ ସାହସାହଣମେଳା ଦର୍ଶନ ଚାଲିଛି । ପରେ ଅନ୍ୟ ନୀତିକାନ୍ତି ଆରମ୍ଭ ହେବା ସହ ଦିନ ୧ଟା ୩୦ରେ ପହଣ୍ଡି କରାଯାଇ ୩ଟା ୩୦ରେ ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି। ଶାନ୍ତିଶୃଙ୍ଖଳାର ସହ ଯାତ୍ରା ସାରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।