Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ତିନିଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ ।

୩ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ବନାସକାଣ୍ଠା ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ଓ ଶୁଭ ଦେବେ । ଏହାପରେ ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ କେନ୍ଦ୍ରର ମୂଳଦୁଆ ପକାଇବେ । ଏହି କାର୍ଯ୍ୟକ୍ରମରେ ମରିସସର ପ୍ରଧାନମନ୍ତ୍ରୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଉପସ୍ଥିତ ରହିବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପାରମ୍ପରିକ ଔଷଧ ସମ୍ପର୍କରେ ଏହି କେନ୍ଦ୍ର ପ୍ରଥମ କରି ସ୍ଥାପନ କରାଯାଉଛି । ଏହା ଏକ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ହବରେ ପରିଣତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଏପ୍ରିଲ ୨୦ରେ ଗାନ୍ଧିନଗରଠାରେ ଆୟୋଜିତ ‘ଗ୍ଲୋବାଲ ଆୟୁଷ ଇନ୍‌ଭେଷ୍ଟମେଣ୍ଟ ଓ ଇନୋଭେସଡ’ ସମିଟ୍‌କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Show More

Related Articles

Back to top button