Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଆମାଜନ ମାଲିକ ଜେଫ୍ ବେଜୋସଙ୍କ ବଡ କ୍ଷତି

ଜାନୁଆରୀ ୧ରୁ ତାଙ୍କ ସମ୍ପତ୍ତିରେ ପ୍ରାୟ ୪୪ ବିଲିୟନ ଡଲାର କ୍ଷତି ହୋଇ ସାରିଛି ।

ଆମାଜନ ମାଲିକ ଜେଫ୍ ବେଜୋସ ସହିଛନ୍ତି ବଡ଼ କ୍ଷତି। ଆମାଜନ ଡଟ କମ ଇଙ୍କର ଖରାପ ଆର୍ଥିକ ପରିଣାମ ଯୋଗୁଁ ଆମାଜନର ସେୟାରରେ କ୍ଷତି ଦେଖିବାକୁ ମିଳିଛି। ଶୁକ୍ରବାର ଇ-କମର୍ସ କମ୍ପାନୀ ଆମାଜନର ସେୟାରରେ ୧୪ ପ୍ରତିଶତ କ୍ଷତି ହୋଇଥିଲା। ଫଳରେ ଜେଫ ବୋଜସଙ୍କ ସମ୍ପତ୍ତିରେ ୨୦.୫ ବିଲିୟନ ଡଲାର ଅର୍ଥାତ୍ ୧.୫୬ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ବ୍ଲୁମବର୍ଗ ବିଲେନିୟର୍ସ ସୂଚକାଙ୍କ ଅନୁସାରେ, ବୋଜେସଙ୍କ ମୋଟ ସମ୍ପତ୍ତି ୧୪୮.୪ ବିଲିୟନ ଡକାଲରୁ ତଳକୁ ଖସି ଆସିଛି । ଚଳିତ ବର୍ଷ ୨୦୨୨ରେ ବର୍ତ୍ତମାନ ସୁଦ୍ଧା ବୋଜସଙ୍କ ସମ୍ପତ୍ତିରେ ୪୩.୯ ବିଲିୟନ ଡାଲରର କ୍ଷତି ରେକର୍ଡ ହୋଇଛି। ତେବେ ଏହା ପରେ ବି ବୋଜେସ ଦୁନିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏଲନ ମସ୍କଙ୍କ ପରେ ଦୁନିଆର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ହେଉଛନ୍ତି ଜେଫ୍ ବେଜୋସ । ଜାନୁଆରୀ ୧ରୁ ତାଙ୍କ ସମ୍ପତ୍ତିରେ ପ୍ରାୟ ୪୪ ବିଲିୟନ ଡଲାର କ୍ଷତି ହୋଇ ସାରିଛି ।

Show More

Related Articles

Back to top button