Breaking PLUSଦୁର୍ଘଟଣାମୁଖ୍ୟ ଖବର

ହାଭାନା ହୋଟେଲରେ ଏକ ଭୟଙ୍କର ବିସ୍ଫୋରଣ : ଗର୍ଭବତୀ ମହିଳାଙ୍କ ସମେତ ୧୮ ମୃତ

କ୍ୱିବାର ରାଜଧାନୀ ହାଭାନାର ଏକ ହୋଟେଲରେ ଶୁକ୍ରବାର ରାତିରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କ୍ୟୁବାର ରାଷ୍ଟ୍ରପତି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସୂଚନା ଦେଇ କହିଛନ୍ତି ଯେ, ହାଭାନାର ସାରାଟୋଗା ହୋଟେଲରେ ହୋଇଥିବା ବିସ୍ଫୋରଣରେ ଜଣେ ଗର୍ଭବତୀ ମହିଳା ଓ ଶିଶୁ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏପର୍ଯ୍ୟନ୍ତ କେତେଜଣଙ୍କ ଖବର ମିଳୁ ନ ଥିବା ବେଳେ କେତେଜଣ ଗୁରୁତର ଆହତ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଏହି ଲକଜରୀ ହୋଟେଲର ଗୋଟିଏ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଅନ୍ୟ ଭାଗ ବି କ୍ଷତିଗ୍ରସ୍ତ ହୋଇଛି । ତେବେ ଘଟଣା ପରେ କ୍ୟୁବାର ଅଧିକାରୀଙ୍କ ସୂଚନା ଅନୁଯାୟୀ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲେ ଏବେ ମୃତ ସଂଖ୍ୟା ୧୮ରେ ପହଞ୍ଚିଛି । ଅନ୍ୟପଟେ ୪୦ ଜଣ ଆହତଙ୍କ ଚିକିତ୍ସା ଚାଲିଥିବା ପ୍ରଶାସନ କହିଛି । ଘଟଣାସ୍ଥଳ ଯାଞ୍ଚ କରିବାପରେ ଜଣାଯାଇଛି ଯେ, ଗ୍ୟାସ ଲିକ୍ ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

Show More

Related Articles

Back to top button