ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ସାମାନ୍ୟ ସିଗାରେଟ୍‌ ପାଇଁ ଛୁରି ଭୁସି ହତ୍ୟା

ଅନୁଗୋଳ : ସାମାନ୍ୟ ସିଗାରେଟ୍‌ ପାଇଁ ଛୁରି ଭୁସି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କାଙ୍ଗୁଲାରେ । ମୃତକ ହେଲେ ଅନୁଗୋଳ କାଙ୍ଗୁଲା ନୂଆଁସାହିର ଲଳିତ ସାହୁ ।

ସୂଚନା ଅନୁଯାୟୀ, କାଙ୍ଗୁଲା ନୂଆଁସାହିର ଦୁଷ୍ମନ୍ତ ନାମକ ଏକ ବ୍ୟକ୍ତିଙ୍କର ପାନ ଦୋକାନ ଅଛି । ଲଳିତ ସେହି ଦୋକାନରୁ ଏକ ସିଗାରେଟ ବାକି ମାଗିଥିଲେ । ଏହି ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଷ୍ମନ୍ତ ହଠାତ୍ ଉତ୍ତ୍ୟକ୍ତ ହୋଇ ଏକ ଛୁରା ସାହାଯ୍ୟରେ ଲଳିତକୁ ଆକ୍ରମଣ କରିଥିଲେ । ଅନଗୁଳ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଖବର ପାଇ ଅନୁଗୋଳ ସଦର ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଦୁଷ୍ମନ୍ତ ଏବେ ଫେରାର ରହିଛି।

Show More

Related Articles

Back to top button