
ଭୁବନେଶ୍ୱର : ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୂର୍ଘଟଣା । ଅସାବଧାନ ଓ ବେପରୁଆ ଗାଡି ଚାଳନା ଯୋଗୁଁ ବାରମ୍ବାର ଦୂର୍ଘଟଣା ଘଟି ଚାଲିଛି । ପଳାଶୁଣି ଛକର ପୁଣି ଦୁର୍ଘଟଣା । କାର୍କୁ ଧକ୍କା ଦେଲା ଟ୍ରକ୍ । ଏଥିରେ କାର୍ ଚାଳକ ଗୁରୁତର ଆହତ ହେବା ସହ କାର୍ଟି ଭାଙ୍ଗି ଚୁରମାର ହୋଇଛି । ଚାଳକଙ୍କୁ ଉଦ୍ଧାର କରିବା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଠିକ୍ କରିବାକୁ ପୁଲିସ୍ ଦେଢ଼ ଘଣ୍ଟା ସମୟ ଲାଗିଥିଲା ।
ମିଳିଥିବା ସୂଚନା ଅନୁଯାୟୀ , ଶୁକ୍ରବାର ଦିନ ସନ୍ଧ୍ୟାରେ ଏକ କାର୍ ସହିଦନଗରରୁ ନଖରା ଅଭିମୁଖେ ଯାଉଥିଲାବେଳେ ରସୁଲଗଡ ଫ୍ଲାଏ ଓଭର ପରେ ପଛ ପଟୁ ଏକ ଟ୍ରକ୍ କାର୍କୁ ଧକ୍କା ଦେଇଥିଲା । ଫଳରେ କାର୍ଟି ଆଗରେ ଥିବା ଥିବା ଆଉ ଅନ୍ୟ ଏକ ଟ୍ରକ୍ରେ ପିଟି ହୋଇଥିଲା । ଏଥିରେ କାର୍ ଚାଳକ ଜଣେ ଆହତ ହୋଇଥିଲେ ।