Breaking PLUSଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର

କେମିତି ହେଲା କହ୍ନେୟାଲାଲଙ୍କ ମୃତ୍ୟୁ : ଜାଣନ୍ତୁ ପୂରା ଘଟଣା

ଜୟପୁର: ହିନ୍ଦୁ ଦରଜୀ କହ୍ନେୟା ଲାଲଙ୍କ ମୃତ୍ୟୁ ଘଟଣା । ରାଜସ୍ଥାନା ଉଦୟପୁରରେ ହିନ୍ଦୁ ଦରଜି କହ୍ନେୟାଲାଲଙ୍କ ହତ୍ୟାକାଣ୍ଡ ଘଟଣାକୁ ୫ ଦିନ ବିତି ଗଲାଣି। ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୧୦ ଦିନିଆ ରିମାଣ୍ଡରେ ସେମାନଙ୍କୁ ପଠାଯାଇଛି। ଏହି ତାଲିବାନୀ ହତ୍ୟାକାଣ୍ଡକୁ ନେଇ ପୂରା ଦେଶରେ ବିରୋଧ ଜାରି ରହିଛି। ଏହାରି ଭିତରେ କେମିତି ହୋଇଥିଲା କହ୍ନେୟେଲାଲ ମୁଣ୍ଡକାଟ୍‌। ହସ୍ପିଟାଲ ବେଡ୍‌ରୁ ସେ ଦିନର ପୂରା ଛାତିଥରା ଘଟଣା ବଖାଣିଛନ୍ତି ପ୍ରତ୍ୟେକ୍ଷଦର୍ଶୀ।

ଉଦୟପୁରରେ କହ୍ନେୟାଲାଲଙ୍କ ମୃତ୍ୟୁ ଘଟଣାକୁ ନେଇ କର୍ଫ୍ୟୁ ଜାରି ହୋଇଛି। ସାରା ଦେଶରେ ଏହି ଘଟଣାକୁ ନେଇ ହଇଚଇ ଖେଳିଯାଇଛି। ଏହାମଧ୍ୟରେ ପ୍ରଥମଥର ପାଇଁ କ୍ୟାମେରା ଆଗକୁ ଆସିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଈଶ୍ୱରଲାଲ୍। କହ୍ନେୟାଲାଲଙ୍କ ଦୋକାନରେ କାମ କରୁଥିବା ୪୫ ବର୍ଷୀୟ ଈଶ୍ୱରଲାଲ ଏବେ ହସ୍ପିଟାଲରେ ଅଛନ୍ତି। ଅନ୍ୟ ଜଣେ କାରିଗର ରାଜକୁମାର ଘରେ ଅଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଜୁନ ୨୮ ତାରିଖରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ଦିନ ଦୋକାନରେ ଦୁହେଁ ଉପସ୍ଥିତ ଥିଲେ। ପ୍ରାୟ ୨ ଟା ୩୦ରେ ଅଭିଯୁକ୍ତ ରିୟାଜ ଏବଂ ଗୋସ୍ ମହମ୍ମଦ ଗ୍ରାହକ ହୋଇ ଦୋକାନକୁ ଆସିଥିଲେ। କୁର୍ତା ଏବଂ ପାଇଜାମାର ମାପ ନେବାକୁ କହିଥିଲେ। କହ୍ନେୟାଲାଲ ମାପ ନେଇଥିଲେ। ଠିକ ସେହି ସମୟରେ ଅଚାନକ ୨ ଅଭିଯୁକ୍ତ କହ୍ନେୟାଲାଲଙ୍କୁ ଏକ ବଡ ଛୁରୀରେ ଆକ୍ରମଣ କରିଥିଲେ ।

କହ୍ନେୟାଲାଲଙ୍କୁ ବଞ୍ଚାଇବା ବେଳେ ତାଙ୍କୁ ମଧ୍ୟ ୨ ଅଭିଯୁକ୍ତ ଆକ୍ରମଣ କରିଥିଲେ। ଆକ୍ରମଣରେ ଈଶ୍ୱରଲାଲଙ୍କ କାନ୍ଧ ଏବଂ ମୁଣ୍ଡରେ ଆଘାତ ଲାଗିଥିଲା। ବଞ୍ଚାଇବା ପାଇଁ ସେମାନେ ପାଟି କରି ସହାୟତା ମାଗିଥିଲେ, ହେଲେ ଭୟରେ ବଞ୍ଚାଇବା ପାଇଁ କେହି ଆସିନଥିଲେ। ସେମାନେ କହ୍ନେୟାଲାଲଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ମୃତ୍ୟୁ ପରେ ବି କହ୍ନେୟାଲାଲଙ୍କୁ ୨ ଅଭିଯୁକ୍ତ ତାଙ୍କୁ ଛୁରୀ ମାରି ଚାଲିଥିଲେ ବୋଲି ଈଶ୍ୱରଲାଲ କହିଛନ୍ତି। ସୂଚନାଯୋଗ୍ୟ, ଜୁନ ୨୮ରେ ଦିନ ଦ୍ୱିପହରେ କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଅଭିଯୁକ୍ତ ଗସ ମହମ୍ମଦ ଓ ରିୟାଜ ଭିଡିଓ ଶେୟାର କରି ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲେ। ଏହାପରେ ରାଜସ୍ଥାନ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଏହାପରେ ଏହି ହତ୍ୟା ମାମଲାର ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଆଉ ଦୁଇ ଅଭିଯୁକ୍ତ ମୋହସିନ ଓ ଆସିଫଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏନ୍‌ଆଇଏ ଏହି ଘଟଣାର ତଦନ୍ତ ଜାରି ରଖିଛି।

Show More

Related Articles

Back to top button